ଫୋନ୍ ଫେରାଇଲା ଡଲଫିନ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ସାମ୍ନାକୁ ଆସିଥାଏ । କେଉଁଥିରେ କିଛି ମଜାଳିଆ ଭିଡିଓ ଥାଏ ତ ଆଉ କେତେବେଳେ ପଶୁ ପକ୍ଷୀଙ୍କ ଭିଡିଓ ଦେଖିବାକୁ ମିଳେ । ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଏକ ଡଲଫିନ୍ ଜଣେ ଯୁବତୀଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି ।

ନୂଆବୋହୂ ଭଳି ସଜବାଜ ହେଲା ଏହି ବିମାନ, ଜାଣନ୍ତୁ କାରଣ

ଅନେକ ଥର ବୁଲାବୁଲି କରିବା ସମୟରେ ଲୋକଙ୍କ ଫୋନ୍ ନଦୀ ବା ପୋଖରୀରେ ପଡିଯାଏ । ଗଭୀର ପାଣିରେ ଫୋନ୍ ପଡିବା ପରେ ତାକୁ ଫେରିପାଇବା ଆଉ ସହଜ ହୋଇନଥାଏ । କିନ୍ତୁ ଥରେ ଚିନ୍ତା କରନ୍ତୁ, ଯଦି ଆପଣଙ୍କ ଫୋନ୍ ପାଣିରେ ପଡିଯିବ ଆଉ ଏକ ମାଛ ତାକୁ ପାଇ ଆପଣଙ୍କ ଫେରାଇବାକୁ ଆସିବ ତେବେ କେମିତି ଲାଗିବ ?

ଏମିତି ଘଟଣା ବାସ୍ତବରେ ଘଟିଛି । ଜଣେ ଯୁବତୀଙ୍କ ମୋବାଇଲ ପାଣିରେ ପଡିଯାଇଥିଲା । ଏହାକୁ ଏକ ଡଲଫିନ୍ ତାଙ୍କୁ ଫେରାଉଛି । ଏହି ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଡଲଫିନର ଏହି ଭିଡିଓ ସମସ୍ତଙ୍କୁ ଚକିତ କରୁଛି । ସମସ୍ତେ ଏହି ଭିଡିଓକୁ ପସନ୍ଦ କରିବା ସହ ସେୟାର କରୁଛନ୍ତି ।

Comments are closed.