www.samajalive.in
Monday, December 8, 2025
13.1 C
Bhubaneswar

ନୂଆବୋହୂ ଭଳି ସଜବାଜ ହେଲା ଏହି ବିମାନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ୟୁରୋପୀୟ ଏୟାରଲାଇନ୍ ରୟାନଏୟର ସାମାଜିକ ଗଣମାଧ୍ୟମରେ ଏକ ମଜାଦାର ପୋଷ୍ଟ କରିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏୟାରଲାଇନ ନିକଟରେ ମେଟ ଗାଲାର ୨୦୨୪ ଥିମ ଉପରେ ଏକ ମଜାଳିଆ ପୋଷ୍ଟ ସେୟାର କରିଛି ଯାହା ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ଏୟାରଲାଇନ୍ ନିଜ ବିମାନର ଏକ ଭାଗରେ ଫୁଲ ଓ ପତ୍ର ଏବଂ ଗୋଲାପି ଲିପଷ୍ଟିକ୍ ଓଠ ପ୍ରସ୍ତୁତ କରି ଫଟୋ ସେୟାର କରିଛି । ଏହା ସହିତ କମ୍ପାନୀ କ୍ୟାପ୍ସନରେ ଲେଖିଛି ‘ଓ୍ବାର୍ଣ୍ଣ ଟୁ ସ୍ଲେ, ଫୋର୍ଷ୍ଡ ଟୁ ଫ୍ଲାଇ ।’

- Advertisement -

ସେୟାର କରାଯିବା ପରଠୁ ଏହି ପୋଷ୍ଟକୁ ସାଢେ ୪ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି । ପୋଷ୍ଟରେ ସମସ୍ତେ ଭିନ୍ନ ଭିନ୍ନ ମଜାଦାର କମେଣ୍ଟ କରୁଛନ୍ତି ଏବଂ ସମସ୍ତେ ଏହାକୁ ପସନ୍ଦ କରୁଛନ୍ତି । କହିରଖୁଛୁ ପପ୍ କ୍ରେଭ୍ ଟ୍ବିଟ୍ କରି କହିଥିଲା କି ମେଟ୍ ଗାଲାକୁ ଆଉ ମାତ୍ର ୩ ସପ୍ତାହ ବାକି ରହିଲା । ଚଳିତ ବର୍ଷର ଥିମ୍ ହେଉଛି ‘ଦ ଗାର୍ଡେନ୍ ଅଫ୍ ଟାଇମ୍ ।’ ଏହାକୁ ମଜାଳିଆ ଢଙ୍ଗରେ ପ୍ରସ୍ତୁତ କରିଛି ରୟାନଏୟାର ।

‘ତୁମେ ଏତେ ବି ସରଳ ନୁହଁ…’ ପତଞ୍ଜଳି ବିଜ୍ଞାପନ ମାମଲାରେ ବାବା ରାମଦେବଙ୍କୁ କହିଲେ ସୁପ୍ରିମକୋର୍ଟ

ଏହା ପୂର୍ବରୁ ରୟାନଏୟରରେ ଯାତ୍ରା କରୁଥିବା ଜଣେ ମହିଳା ଝରକା ପାଖ ସିଟ୍ ପାଇଁ ଅତିରିକ୍ତ ପଇସା ଖର୍ଚ୍ଚ କରିଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ତାଙ୍କ ସିଟ୍ ପାଖରେ ଝରକା ନଥିଲା । ଏନେଇ ସେ ଟ୍ବିଟ୍ କରି ଏୟାରଲାଇନକୁ ଜଣାଇଥିଲେ । କିନ୍ତୁ ତାଙ୍କୁ ଜବାବ ଦେଇ ଏୟାରଲାଇନ୍ ଟ୍ବିଟ୍ କରି ମଜାଳିଆ ଢଙ୍ଗରେ କହିଥିଲା କି ‘ଜରୁରିକାଳୀନ ଝରକା ପାଖରେ ସିଟ୍ ମିଳିଥିଲା । ଜରୁରିକାଳୀନ ହେଲେ ମଧ୍ୟ ତାହା ଏକ ଝରକା । ତେଣୁ ମହିଳାଙ୍କୁ ଇଚ୍ଛା ଅନୁସାରେ ଆମେ ସିଟ୍ ଯୋଗାଇଛୁ ।’

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories