www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ଯିବେ ଅଗରତାଲା, ତ୍ରିପୁରା ପଶ୍ଚିମ ଆସନ ପାଇଁ ପ୍ରଚାର ଜୋରଦାର

ଡେସ୍କ: ତ୍ରିପୁରା ପଶ୍ଚିମ ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାର ଚରମ ସୀମାରେ ପହଞ୍ଚିଥିବା ବେଳେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅଗରତାଲାର ସ୍ୱାମୀ ବିବେକାନନ୍ଦ ପଡ଼ିଆରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ ହେବାକୁ ଯାଉଥିବା ବେଳେ ତ୍ରିପୁରା ପଶ୍ଚିମ ଲୋକସଭା ଆସନରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଜୋରଦାର ପ୍ରଚାର ଚରମ ସୀମାରେ ପହଞ୍ଚିଛି। ଏହି ନିର୍ବାଚନ ମଣ୍ଡଳୀରେ ବିଜେପିର ବିପ୍ଲବ କୁମାର ଦେବ ଓ କଂଗ୍ରେସରୁ ଇଣ୍ଡିଆ ବ୍ଲକ ପ୍ରାର୍ଥୀ ଆଶିଷ କୁମାର ସାହାଙ୍କ ମଧ୍ୟରେ ଲଢ଼େଇ ହେବ।

ଆଜି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଗରତାଲାରେ ଏକ ରୋଡ୍ ସୋ’ କରିଛନ୍ତି, ଯେଉଁଠାରେ ବିଜେପି ମଧ୍ୟ ଶକ୍ତି ପ୍ରଦର୍ଶନ କରିଛି। ଶ୍ରୀମତୀ ଗାନ୍ଧୀଙ୍କ ସହ ଦଳୀୟ ପ୍ରାର୍ଥୀ ଆଶିଷ କୁମାର ସାହା ଏବଂ କଂଗ୍ରେସ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

- Advertisement -

ରୋଡ୍ ସୋ’ରେ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀମତୀ ଗାନ୍ଧୀ ବେରୋଜଗାରୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ ଯୁବକମାନେ ବୁଝିଛନ୍ତି ଯେ ବିଜେପି ରୋଜଗାର ଦେଇପାରିବ ନାହିଁ ଏବଂ କ୍ଷମତାକୁ ଆସିଲେ ସେମାନଙ୍କୁ ଚାକିରି ଦେବା ପାଇଁ ତାଙ୍କ ଦଳର ଏକ ଠୋସ୍ ଯୋଜନା ରହିଛି।

ଅନ୍ୟପକ୍ଷରେ ତ୍ରିପୁରା ପଶ୍ଚିମ ଆସନ ପାଇଁ ଆଜି ମତଦାନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ପାଇଁ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ ହୋଇଥିଲା।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories