www.samajalive.in
Saturday, December 6, 2025
26.1 C
Bhubaneswar

ସୂର୍ଯ୍ୟତିଳକ ; ରାମଲାଲାଙ୍କ ମୂର୍ତ୍ତିରେ ପଡିବ କି ପ୍ରଭାବ, ଘରେ ବି ଦେଖି ପାରିବେ ଭକ୍ତ..

ଲଖନଉ : ଏପ୍ରିଲ ୧୭ରେ ସାରା ଦେଶରେ ରାମନବମୀ ପର୍ବ ବେଶ ଧୁମଧାମରେ ପାଳନ କରାଯିବ। ରାମ ନଗରୀ ଅଯୋଧ୍ୟା ପାଇଁ ଚଳିତ ବର୍ଷ ରାମନବମୀ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେବାକୁ ଯାଉଛି। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଏହି ଅବସରରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଥମ ଥର ପ୍ରଭୁ ରାମଙ୍କର ୫ ବର୍ଷର ବାଳକ ସ୍ୱରୂପଙ୍କର ସୂର୍ଯ୍ୟତିଳକ ହେବ। ସୂର୍ଯ୍ୟୋଭିଷେକ ପାଇଁ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ବିରଳ ସଂଯୋଗ : ୫୦୦ ବର୍ଷ ପରେ ରାମନବମୀରେ ରାମଲାଲାଙ୍କର ହେବ ସୂର୍ଯ୍ୟତିଳକରେ ଅଭିଷେକ

- Advertisement -

ଏପ୍ରିଲ ୧୭ରେ ରାମ ନବମୀ ଶୁଭ ମୁହୂର୍ତ୍ତ୧୧ଟା ୫୮ ମିନିଟରୁ ୧୨ଟା ୩ ମିନିଟ୍ ପର୍ଯ୍ୟନ୍ତ ହେବ। ବୈଜ୍ଞାନିକଙ୍କ ଦ୍ୱାରା ସୂର୍ଯ୍ୟ ତିଳକର ପ୍ରସ୍ତୁତି କରାଯାଇଛି।

ଚାଣକ୍ୟ ନୀତି : ଏମିତି ବିପଦରୁ ମୁକ୍ତି ପାଇବେ..

ରାମନବମୀରେ ହେବାକୁ ଥିବା ସୂର୍ଯ୍ୟତିଳକରୁ କୌଣସି ଅତିରିକ୍ତ ଉଷ୍ଣତା ପଡିବ ନାହିଁ କିମ୍ବା ମୂର୍ତ୍ତି ମଧ୍ୟ ଉଷୁମ ହେବ ନାହିଁ। ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ପ୍ରସ୍ତୁତି ଅନୁସାରେ ତିଳକ ପାଇଁ ରଶ୍ମିରୁ ଆସୁଥିବା ଅତିରିକ୍ତ ଉଷ୍ଣତାରୁ ରକ୍ଷା କରିବ। ଏଥିପାଇଁ ଥିବା ଫିଲ୍ଟର ପ୍ରଥମ ମହଲାରେ ଲଗାଯାଇଛି। ଯାଦ୍ୱାରା ସୂର୍ଯ୍ୟଙ୍କ ରଶ୍ମି ଗର୍ଭଗୃହରେ ପ୍ରବେଶ କରିବ। ରାମ ମନ୍ଦିରରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଜୋରସୋର ପ୍ରସ୍ତୁତି କରାଯାଉଛି। ଏହାର ସିଧାସଳଖ ପ୍ରସାରଣ ମଧ୍ୟ କରାଯିବ। ଯାହାକୁ ଘରେ ବସି ରାମ ଭକ୍ତ ଟିଭିରେ ଦେଖିପାରିବେ। ଏହି ପବିତ୍ର ଅବସରରେ ମିର୍ଜାପୁରରୁ ୧,୧୧,୧୧୧ ଲଡୁ ମଧ୍ୟ ଅଯୋଧ୍ୟା ପଠାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories