www.samajalive.in
Sunday, December 7, 2025
23.1 C
Bhubaneswar

ଦିନ ୧୧ଟାରୁ ୩ଟା ଖରାରେ ଶ୍ରମିକଙ୍କୁ କାମକରିବା ମନା: ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରକୋପ ବଢୁଥିବା ଯୋଗୁଁ ଓଡ଼ିଶା ଏବେ ତତଲା କଢ଼େଇରେ ଭାଜି ହେବା ସଦୃଶ ପରିସ୍ଥିତି ସୃଷ୍ଟି ହେଲାଣି। ଭାରତୀୟ ପାଣିପାଗ ବିଭାଗ ସୂଚନାନୁଯାୟୀ ଆସନ୍ତା ୫ ଦିନ ଯାଏଁ ଓଡ଼ିଶାର ବହୁ ଜିଲାରେ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଏହି ସମୟରେ ଶ୍ରମିକମାନେ ଖରାରେ କାମ କଲେ ଅଂଶୁଘାତର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ସ୍ବତନ୍ତ୍ର ରିଲିଫ ଆୟୁକ୍ତ (ଏସଆର୍‌ସି) ସତ୍ୟବ୍ରତ ସାହୁ ସୋମବାର ଏକ ନିର୍ଦେଶନାମା ଜାରି କରିଛନ୍ତି। ଜିଲାପାଳମାନଙ୍କ ନିକଟକୁ ଜାରି ନିର୍ଦେଶନାମାରେ କୁହାଯାଇଛି ଯେ, ଏଣିକି ପ୍ରବଳ ଖରା ଅର୍ଥାତ୍ ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଶ୍ରମିକଙ୍କୁ ବାହାରେ କାମରେ ଲଗାଯାଇ ପାରିବ ନାହିଁ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ପୂର୍ବରୁ ବାରଣ କରାଯାଇଥିବା ସତ୍ତ୍ୱେ କିଛି ଜିଲାରେ ପ୍ରବଳ ଖରା ସମୟରେ ଶ୍ରମିକମାନଙ୍କୁ କାମରେ ଲଗାଯାଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଯଦି ଏହି ନିର୍ଦେଶର ଅବମାନନା ହୁଏ, ତା’ହେଲେ ସଂପୃକ୍ତ ଅଧିକାରୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ଓ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୫ ଦିନ ଧରି ରାଜ୍ୟରେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗୁଳୁଗୁଳି ସ୍ଥିତି ଲାଗି ରହିବ। ଏହି ସମୟ ମଧ୍ୟରେ ଘର ଭିତରେ ଏକ ସୁସ୍ଥ ବାତାବରଣ ମଧ୍ୟରେ ଶ୍ରମିକ ଶ୍ରେଣୀର ଲୋକେ ଯାହା କିଛି କାର୍ଯ୍ୟ କରିପାରିବେ,ସେଥିପାଇଁ କୌଣସି ବାରଣ ନାହିଁ। ମାତ୍ର ପଦାରେ କୌଣସି କାର୍ଯ୍ୟ କରାଯାଇ ପାରିବ ନାହିଁ। ସୂଚନାଯୋଗ୍ୟ ଯେ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories