www.samajalive.in
Tuesday, December 9, 2025
16.1 C
Bhubaneswar

ପୁଲିସ ସବ-ଇନ୍ସପେକ୍ଟରଙ୍କ ମା’ଙ୍କୁ ହତ୍ୟା, ତଦନ୍ତ ଆରମ୍ଭ

ବିଞ୍ଝାରପୁର: ନୟାଗଡ ଟାଉନ ଥାନା ସବ-ଇନ୍ସପେକ୍ଟରଙ୍କ ମା’ଙ୍କୁ ହତ୍ୟା କରାଯାଇଛି। ତାଙ୍କର ମୃତଦେହକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସୁନାଗହଣା ଲୁଟ ପାଇଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

ବିଞ୍ଝାରପୁର ଥାନା ଅଞ୍ଚଳରେ ଆଜି ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ନୟାଗଡ଼ ଟାଉନ ଥାନା ସବ-ଇନ୍ସପେକ୍ଟରଙ୍କ ମା’ ଅବସରପ୍ରାପ୍ତ ଏଏନଏମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୁଦନପୁର ଗ୍ରାମରେ ତାଙ୍କ ମା’ ବିନୋଦିନୀ ସାହୁ(୬୨) ଓ ବାପା ଅଲେଖ ବେହେରା ରହୁଥିଲେ। ଆଜି ସକାଳୁ ନିକଟସ୍ତ ଆତଙ୍କ ନାସନ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ବଙ୍କଳ ଶୈାଚାଳୟ ମଧ୍ୟରୁ ବିନୋଦିନୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ତାଙ୍କୁ କେହି ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି।

- Advertisement -

ଖବର ପାଇ ବିଞ୍ଝାରପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଁଟିଫିକ ଟିମ ଜରିଆରେ ତଦନ୍ତ ଆରମ୍ଭ କରିଛି। ତେବେ ଏହି ହତ୍ୟାର କାଣର ଜଣାପଡିନଥିବା ବେଳେ ସୁନା ଅଳଙ୍କାର ଲୁଟ ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବିନୋଦିନୀ ସବୁଦିନ ନାସନ ଉଚ୍ଚ ବିଦ୍ୟାଳୟ ପରିସରକୁ ସକାଳୁ ଫୁଲ ତୋଳିବା ପାଇଁ ଯାଆନ୍ତି। ଆସି ସକାଳୁ ମଧ୍ୟ ସେଠାକୁ ଫୁଲ ତୋଳବା ପାଇଁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ।  ସେ ପିନ୍ଧିଥିବା ସୁନା ଗହଣାକୁ ଲୁଟ କରିବା ପାଇଁ କିଛି ଦୁର୍ବୁର୍ତ୍ତ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।  ବିନୋଦିନୀଙ୍କ ଗଳା ଉପର ଭାଗରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କ କାନ ଫଳି ଚିରିଯାଇଥିବା ଦେଖିବାକୁ ମିଳୁଛି। ଫଳରେ ସୁନା ଅଳଙ୍କାର ଲୁଟ ପାଇଁ ଏଭଳି ହତ୍ୟା କାଣ୍ଡ ଘଟିଥିବା ନେଇ ସନ୍ଦେହ ଅଧିକ ଘନିଭୁତ ହେଉଛି। ପୁରା ଘଟଣା ସମ୍ପର୍କରେ ପୁଲିସ ଓ ସାଇଣ୍ଟିଫିକ ଟିମ ଛାନ ଭିନ କରୁଛି। ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଘଟଣା ସ୍ଥଳରେ ଯାଜପୁର ଏସପି ଭିନିତ୍ ଅଗ୍ରୱାଲ, ଏସଡିପିଓ ସତ୍ୟବ୍ରତ ଲେଙ୍କା ପ୍ରମୁଖ ପହଞ୍ଚି ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରୁଛନ୍ତି। ବିନୋଦିନୀଙ୍କ ବଡ ପୁଅ ନୟାଗଡ ଟାଉନ ଥାନାରେ ଏସଆଇ ଭାବେ କାର୍ଯ୍ୟରତ ଅଛନ୍ତି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories