www.samajalive.in
Sunday, December 14, 2025
15.1 C
Bhubaneswar

ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ- ମୁମ୍ବଇ ଇଣ୍ଡିଆନ୍ସ ଟକ୍କର

ମୁମ୍ବଇ : ଆଇପିଏଲ୍ ମହାସମର। ଆଜି ମୁମ୍ବଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବଇ ଇଣ୍ଡିଆନ୍ସ ମୁହାଁମୁହିଁ  ହେବେ। ଦୁଇ ଦଳ ମାତ୍ର ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ବିଜୟ ସହ ସ୍ଥିତିରେ ସୁଧାର ଆଣିବାକୁ ଉଦ୍ୟମ କରିବେ। ମୁମ୍ବଇ ଦଳର ତାରକା ବ୍ୟାଟ୍ସ ମ୍ୟାନ୍ ଭାବେ ରୋହିତ ଶର୍ମା ଓ ବେଙ୍ଗାଲୁରୁରେ ବିରାଟ କୋହଲି ରହିଛନ୍ତି। ଦୁଇ ତାରକାଙ୍କ ଭେଟ ରୋଚକ ମ୍ୟାଚ ହେବା ନେଇ କ୍ରିକେଟପ୍ରେମୀ ଆଶା ରଖିଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍ସ ୪ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୩ଟି ପରାଜୟ ଭୋଗିଛି। ଦଳ ଗୁଜରାଟ ଟାଇଟାନ୍‌ସ, ସନରାଇଜର୍ସ ହାଇଦରାବାଦ୍‌ ଓ ରାଜସ୍ଥାନ ରୟାଲ୍‌ସ ନିକଟରୁ ପରାଜିତ ହୋଇଥିବାବେଳେ ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ରନରେ ପରାଜିତ କରିଥିଲା। ବ୍ୟାଟିଂରେ ରୋହିତ ଶର୍ମା, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ତିଲକ ବର୍ମା,ଟିମ୍‌ ଡେଭିଡ୍‌ ଓ ରୋମାରିଓ ସେଫର୍ଡ ରହିଛନ୍ତି। ଶେଷ ମ୍ୟାଚରେ ସେଫର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥିଲା। ସୂର୍ଯ୍ୟକୁମାର ଯାଦବ ଦଳକୁ ଫେରିଥିଲେ ମଧ୍ୟ ଦିଲ୍ଲୀ ବିପକ୍ଷରେ ଖାତା ଖୋଲିପାରିନଥିଲେ। ବୋଲିଂରେ ଯଶପ୍ରୀତ ବୁମ୍‌ରା, ଗାର୍ଲାଡ କୋଟ୍‌ଜି, ମହମ୍ମଦ ନବି ଓ ପିୟୁଷ ଚାୱାଲା ରହିଛନ୍ତି। ଏହାବାଦ୍‌ ହାର୍ଦିକ ଓ ସେଫର୍ଡ ମଧ୍ୟ ବୋଲିଂ କରୁଛନ୍ତି। କ୍ରମାଗତ ୩ଟି ମ୍ୟାଚରେ ପରାଜୟ ପରେ ଶେଷ ମ୍ୟାଚରେ ବିଜୟ ହାସଲ କରିଥିବା ମୁମ୍ବଇ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବା ନେଇ ଉଦ୍ୟମ କରିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories