www.samajalive.in
Sunday, December 7, 2025
13.1 C
Bhubaneswar

ଖୋଲିବ ୧୧୨ ନୂଆ ଭେଷଜ ମହାବିଦ୍ୟାଳୟ

ନୂଆଦିଲ୍ଲୀ: ଦେଶରେ ଆଉ ୧୧୨ଟି ନୂଆ ଭେଷଜ ମହାବିଦ୍ୟାଳୟ ଖୋଲିବାକୁ ଜାତୀୟ ମେଡିକାଲ କମିସନ (ଏନ୍‌ଏମସି) ଅନୁମତି ପ୍ରଦାନ କରିଛନ୍ତି। ଏଥିମଧ୍ୟରୁ ଉତ୍ତରପ୍ରଦେଶରେ ୨୨ଟି ଓ ଦିଲ୍ଲୀରେ ଗୋଟିଏ ମେଡିକାଲ କଲେଜ ଖୋଲିବ। ନୂଆକୁ ମିଶାଇ ଦେଶରେ ମୋଟ୍‌ ଭେଷଜ ମହାବିଦ୍ୟାଳୟ ସଂଖ୍ୟା ୮୦୦ରୁ ଅଧିକ ହେବ।

ଅନ୍ୟପକ୍ଷରେ ୨୦୧୩-୧୪ରେ ଏମ୍‌ବିବିଏସ୍‌ରେ ମୋଟ୍‌ ୫୧ ହଜାର ୩୪୮ଟି ସିଟ୍‌ ରହିଥିବା ବେଳେ ୨୦୨୩-୨୪ରେ ସିଟ୍‌ ସଂଖ୍ୟା ୧ ଲକ୍ଷ ୮ ହଜାର ୯୯୦ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ ସ୍ନାତକୋତ୍ତର ସିଟ୍‌ ସଂଖ୍ୟା ୩୧ ହଜାର ୧୮୫ରୁ ୬୮ ହଜାର ୭୩ରେ ପହଞ୍ଚିଛି। ଇତିମଧ୍ୟରେ ସାଂସଦ ଭୁବନେଶ୍ବର କଲିତାଙ୍କ ଅଧ୍ୟକ୍ଷତାରେ ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏମ୍‌ବିବିଏସ ବିଦ୍ୟାର୍ଥୀଙ୍କ ନିମନ୍ତେ ଆବଶ୍ୟକ ପରିମାଣର ଡାକ୍ତରୀ ସରଞ୍ଜାମ ଯୋଗାଇ ଦିଆଯିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏଥିସହ ଘରୋଇ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ଓ ଏହାର ପରିଚାଳନା ଖର୍ଚ୍ଚରେ କିପରି ହ୍ରାସ ଘଟିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ସରକାର ଏ ଦିଗରେ ସହଯୋଗର ହାତ ବଢ଼ାଇବାକୁ ବୈଠକରେ ମତପ୍ରକାଶ ପାଇଥିଲା। ସେହିପରି ଘରୋଇ ଭେଷଜ ମହାବିଦ୍ୟାଳୟ ଓ ଜିଲାରେ ଥିବା ସରକାରୀ ଡାକ୍ତରଖାନା ପରସ୍ପର ସହ ସହଯୋଗିତା ଭିତ୍ତିରେ କାର୍ଯ୍ୟ କରିବା ପଥରେ ରହିଥିବା ବାଧାକୁ ଦୂରେଇବାକୁ ଯୋଜନା ପ୍ରସ୍ତୁତ କରିବାକୁ ସଂସଦୀୟ କମିଟି ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories