www.samajalive.in
Saturday, December 6, 2025
26.1 C
Bhubaneswar

ଜରି ପାଲ ତଳେ ଜୀବନ ବିତାଉଛନ୍ତି ବୃଦ୍ଧା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ତୁମ୍ବୁଡି ବନ୍ଧ ବ୍ଲକ୍ ଅନ୍ତର୍ଗତ ବେନାର ବାଲା ଗ୍ରାମର ବୃଦ୍ଧା ଜରିପାଲ ତଳେ ଜୀବନ କାଟୁଥିବା ଦେଖି ବାକୁ ମିଳିଛି। ସୂଚନା ପ୍ରକାରେ ତୁମ୍ବୁଡି ବନ୍ଧ ବେନାର ବାଲା ଗ୍ରାମର ଚମ୍ପା ବେରୁକ ନାମକ ବୃଦ୍ଧା ବହୁ ଦିନ ହେବ ନିଜ ନାତୁଣୀକୁ ଧରି ଜୀବନ କାଟୁଛନ୍ତି । ସରକାରଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ପରି ଗରିବ ଲୋକମାନଙ୍କ ପାଇଁ ଥିବା ବେଳେ ଆଜି ତାହା ଏହି ଅସହାୟ ପରିବାରକୁ ସାତ ସପନ ହୋଇଛି। ଏହି ବୃଦ୍ଧା ମାଉସୀଙ୍କର ତିନି ପୁଅ ମୃତ୍ୟୁ ବରଣ କରିଥିବା ବେଳେ ବର୍ତ୍ତମାନ ତିନି ପୁଅକୁ ହରେଇ ପକ୍ଷାଘାତ ରୋଗର ଶିକାର ନାତୁଣୀକୁ ଧରି ରହୁଛନ୍ତି ବୃଦ୍ଧା।

ମହମ୍ମଦ ମୋକିମ୍‌‌ଙ୍କୁ ହାଇକୋର୍ଟରୁ ଝଟକା

- Advertisement -

ଖବର ପାଇ ଅଞ୍ଚଳର ସମାଜ ସେବୀ ବୁଲୁ ମଲିକ, ଅର୍ଜୁନ ଦଳବେହେରା, ରାଜନ ଦଳ ବେହେରା ପହଞ୍ଚି ଲୁଗା, ଚାଉଳ, ଡାଲି, ଆଳୁ , ଲୁଣ, ତେଲ ପରି ଗୋଟିଏ ମାସ ଚଳିବା ପାଇଁ ରେସନ ସାମଗ୍ରୀ ପ୍ରଦାନ କରିଥିଲେ। ପ୍ରଶାସନ ଏହି ଅସହାୟ ପରିବାରକୁ ଆବାସ ଯୋଜନାରେ ନାମ ସଂଯୋଗ କରି ଗୃହ ପ୍ରଦାନ କରିବା ସହ ରୋଗଗ୍ରସ୍ତ ଝିଅକୁ ଚିକିତ୍ସା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ସମାଜସେବୀ ମାନଙ୍କର ଏହି ମହାନତାକୁ ଅଞ୍ଚଳର ବୁଦ୍ଧିଜୀବି ମାନେ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।

କାରରୁ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଜବତ

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories