www.samajalive.in
Tuesday, November 18, 2025
27.1 C
Bhubaneswar

୧୬ରେ ଭିଭିପାଟ୍ ସ୍ଲିପ୍ ସମ୍ପର୍କିତ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଭୋଟର ଭେରିଫାଏବୁଲ୍ ପେପର ଅଡିଟ୍ ଟ୍ରେଲ୍‌ (ଭିଭିପାଟ୍)ର ପୁନଃ ଯାଞ୍ଚ କରିବାକୁ ଦାବି କରି ହୋଇଥିବା ଏକାଧିକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଆସନ୍ତା ୧୬ ତାରିଖରେ ଶୁଣାଣି କରିବେ। ଏଥିପାଇଁ ମାମଲାକୁ ମଙ୍ଗଳବାର ତାଲିକାଭୁକ୍ତ କରାଯାଇଛି। ଇଲେକ୍‌ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍) ମାଧ୍ୟମରେ ମତଦାନ ବେଳେ ଜଣେ ଭୋଟରଙ୍କ ଭୋଟ୍ ଠିକ ଚିହ୍ନରେ ମତଦାନ ହୋଇଛି କି ନାହିଁ କି ତା’ର ଯାଞ୍ଚ ଲାଗି ଭିଭିପାଟ୍‌ରୁ ଏକ କାଗଜ ସ୍ଲିପ୍ ଆସିଥାଏ। ଏହି ସ୍ଲିପ୍‌ରେ ଭୋଟର ଯେଉଁ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥାନ୍ତି ତାଙ୍କ ନାମ, ଚିହ୍ନ ଆଦି ରହିଥାଏ। ଏହି ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବାଧୀନ ହୋଇଥିବାବେଳେ କାଗଜ ସ୍ଲିପଗୁଡିକ ଏକ ସିଲ୍‌ କଭର ମଧ୍ୟରେ ରଖାଯାଇଥାଏ। କୌଣସି ପ୍ରକାର ବିବାଦ ସମୟରେ ଏହି ସ୍ଲିପ୍‌କୁ ଯାଞ୍ଚ କରାଯାଇଥାଏ। ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ପୀଠ ଏହି ଆବେଦନର ଶୁଣାଣି କରିବେ।

Hot this week

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

Related Articles

Popular Categories