www.samajalive.in
Monday, December 15, 2025
27.1 C
Bhubaneswar

ନିର୍ବାଚନ କାର୍ଯ୍ୟରେ ନିୟୋଜିତ କନଷ୍ଟେବଳ ପ୍ରମୋଦ ମାଝୀଙ୍କ ଅକାଳ ବିୟୋଗ

କଟକ: ତାମିଲନାଡୁ ରାଜ୍ୟର ତ୍ରିଚୀ ଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କନଷ୍ଟେବଳ ପ୍ରମୋଦ କୁମାର ମାଝୀଙ୍କ ଅକାଳ ବିୟୋଗ ଘଟିଛି। ତ୍ରିଚୀଠାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇ ତାଙ୍କର ମୃତ୍ୟୁ ଘଟିଛି । ସେ ୫ମ ଆଇଆରବିଏନ ବାଟାଲିୟନ, ବୌଦ୍ଧଠାରେ କାର୍ଯ୍ୟରତ ଥିଲେ। ତାଙ୍କର ନିଜ ଘର ନୂଆପଡା ଜିଲା ଧର୍ମବନ୍ଧା ଗାଁରେ। ସେ ୨୦୦୯ ମସିହାରେ ରାଜ୍ୟ ପୁଲିସ ବିଭାଗରେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ,ଆଗକୁ ତାମିଲନାଡୁରେ ସାଧାରଣ ନିର୍ବାଚନ ରହିଛି। ଏହାର ସୁପରିଚାଳନା ନିମନ୍ତେ ରାଜ୍ୟ ପୋଲିସର ୩୦ଟି କମ୍ପାନୀ ତାମିଲନାଡୁ ଗସ୍ତରେ ଯାଇଛନ୍ତି। ଗତ ୪ ତାରିଖରେ ଶ୍ରୀ ମାଝୀ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଏକ ଗାଡି ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ଖବର ଶୁଣି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ଶ୍ରୀ ମାଝୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories