କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର ଗୁରୁତୁଲୀ ଗାଁରେ ହିନ୍ଦୁ ଖ୍ରୀଷ୍ଟିଆନ ଧର୍ମ ସମ୍ପ୍ରଦାୟ ମଧ୍ୟରେ ଅଶାନ୍ତି ପରିବେଶ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଗ୍ରାମରେ ଦୁଇ ଗୋଷ୍ଠୀ ସମ୍ପ୍ରଦାୟର ଲୋକେ ଘର ଦ୍ୱାର ଭଙ୍ଗାରୁଜା କରିଥିଲେ । ଗ୍ରାମରେ ପୁଲିସ ଛାଉଣୀରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରାଯିବାକୁ ପ୍ରୟାସ କରାଯାଇଥିଲା।
କିନ୍ତୁ ସମସ୍ୟା ସମାଧାନ ନ ହେବାରୁ ପୁନର୍ବାର ଉକ୍ତ ଗ୍ରାମର ପୁଲିସ ମୁତୟନ କରାଯାଇଥିଲା। ଏହାପରେ ତହସିଲଦାର ଓ ବ୍ଲକ ପ୍ରଶାସନ ମିଳିତ ଉଦ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମଧ୍ୟକୌଣସି ସମାଧାନର ବାଟ ବାହାରି ନ ଥିଲା। ଏହାକୁ ନେଇ ୬ତାରିଖ ଦିନ ବ୍ଲକରେ ଉପଜିଲାପାଳ କଲ୍ୟାଣୀ ସଂଘମିତ୍ରା , ବିଡ଼ିଓ ମନୀଷା ଦାସ ତହସିଲଦାର ରଞ୍ଜନ ମାନସେଠ, ଏସ ଡିପିଓ ରଶ୍ମିରଞ୍ଜନ ସେନାପତିଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ଶାନ୍ତି କମିଟି ଗଠନ କରିଥିଲେ। ତଥାପି ଗ୍ରାମରେ ଶାନ୍ତି ଆସିନଥିଲା ଯାହା ଫଳରେ ଆଜି ଜିଲା ଆରକ୍ଷୀ ହରିସ ବି.ସି ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଗ୍ରାମବାସୀ ସମସ୍ତେ ମିଳିମିଶି ଚାଲିବୁ ବୋଲି ଆରକ୍ଷୀ ଅଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଥାନା ଅଧିକାରୀ ନୀଳକଣ୍ଠ ବେହେରା ସୂଚନା ଦେଇଛନ୍ତି ।



