www.samajalive.in
Sunday, December 14, 2025
14.1 C
Bhubaneswar

ସାମସଙ୍ଗ ଆଣିଲା ଏହି ନୂଆ ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ସାମସଙ୍ଗ ନିଜର ଆଉ ଏକ ନୂଆ ସ୍ମାର୍ଟଫୋନ୍ ବଜାରକୁ ନେଇଆସିଛି । ଏହି ମଡେଲ ହେଉଛି ସାମସଙ୍ଗ ଗାଲାକ୍ସି ଏମ୫୫ । ଏହି ନୂଆ ଫୋନ୍ ଆମୋଲେଡ୍ ଡିସପ୍ଲେ ଏବଂ କ୍ବାଲକମ୍ ପ୍ରୋସେସର ସହିତ ଆସିଥାଏ । ଏଥିରେ ୫୦ ମେଗାପିକ୍ସେଲର ମେନ୍ କ୍ୟାମେରା ଏବଂ ୫ ହଜାର ଏମଏଏଚର ଦମଦାର ବ୍ୟାଟେରୀ ମଧ୍ୟ ଦିଆଯାଇଛି । ଏହାର ଦାମ୍ ମଧ୍ୟ କମ୍ ରଖିଛି କମ୍ପାନୀ । ଆସନ୍ତୁ ଜାଣିବା ଏହାର ଦାମ୍ ଏବଂ ଫିଚର୍ସ…

4G ନେଟଓ୍ବର୍କକୁ ଚଳାଇବା ପାଇଁ ନୋକିଆ ଏବଂ ଚୀନଠୁ ସାହାଯ୍ୟ ନେଉଛି ବିଏସଏନଏଲ୍

- Advertisement -

ଏହାର ୮ ଜିବି ଏବଂ ୧୨୮ ଜିବି ଷ୍ଟୋରେଜ୍ ଭେରିଏଣ୍ଟର ଦାମ୍ ୨୬,୯୯୯ ଟଙ୍କା ରଖିଛି କମ୍ପାନୀ । ସେହିଭଳି ୮ ଜିବି + ୨୫୬ ଜିବି ୨୯,୯୯୯ ଟଙ୍କା ଏବଂ ୧୨ ଜିବି + ୨୫୬ ଜିବି ଷ୍ଟୋରେଜର ଦାମ୍ ୩୨,୯୯୯ ଟଙ୍କା  ରଖିଛି କମ୍ପାନୀ । ଏହି ଫୋନ୍ ୨ ରଙ୍ଗରେ ଆସିଥାଏ ଯଥା ଡେନିମ୍ ବ୍ଲାକ୍ ଏବଂ ଲାଇଟ ଗ୍ରୀନ୍ । ଆପଣ ଏହାକୁ ଅନଲାଇନ୍ ଆମାଜନ ଏବଂ ସାମସଙ୍ଗ ଇଣ୍ଡିଆର ଓ୍ବେବସାଇଟରୁ କ୍ରୟ କରିପାରିବେ ।  ତେବେ ଅଫର ଅନୁସାରେ କମ୍ପାନୀ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ପୈଠରେ ୨ ହଜାର ଟଙ୍କାର ତୁରନ୍ତ ରିହାତି ଦେଉଛି । ଏଥିରେ ୬.୭ ଇଞ୍ଚର ବଡ ସ୍କ୍ରିନ୍ ରହିଛି । ଫୋନରେ କ୍ବାଲକମ୍ ସ୍ନାପଡ୍ରାଗନ ୭ ଜେନ୍ ୧ ଚିପସେଟ୍ ରହିଛି । ଏଥିରେ ଆଣ୍ଡ୍ରଏଡ୍ ୧୪ ମିଳିବ । କମ୍ପାନୀ ଏଥିରେ ୪ ବର୍ଷର ଓଏସ୍ ଅପଡେଟ୍ ଏବଂ  ୫ ବର୍ଷର ସୁରକ୍ଷା ଅପଡେଟ୍ ଦେବାକୁ ପ୍ରତିଶ୍ରୁତି ଦେଉଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories