ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ-କେତୁଙ୍କ ସ୍ଥିତି ଜାତକରେ ଦୁର୍ବଳ ରହିଲେ,ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ହଠାତ୍ ଦୁର୍ଘଟଣା ଘଟିବା ସହ ସମସ୍ୟା ଲାଗି ରହିଥାଏ। ତେବେ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ,ଯାଦ୍ୱାରା ରାହୁ-କେତୁ ଶାନ୍ତ ହେବା ସହ ଶୁଭଫଳ ପ୍ରାପ୍ତି ହେବ।
ରାହୁଙ୍କ ଅଶୁଭ ପ୍ରଭାବ ଥିଲେ, ଖରାପ ସ୍ୱପ୍ନ, ହଠାତ୍ ଚମକିବା, ମାନସିକ ରୋଗ, ଦୁଃଶ୍ଚିନ୍ତା, ବ୍ୟସ୍ତତା ଅନୁଭବ ହୋଇଥାଏ। ରାହୁଙ୍କ କାରଣରୁ ଆଘାତ ଲାଗିବା, ଶତ୍ରୁତା, ଜେଲ ଦଣ୍ଡ ଆଦି ଭୋଗିବାକୁ ପଡିଥାଏ। କେତୁଙ୍କ କାରଣରୁ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ସନ୍ତାନ ଜନିତ ସମସ୍ୟା, ଧନ କ୍ଷୟ, ଗୃହରେ କଳହ, ଅନିଦ୍ରା ଆଦି ହୋଇଥାଏ।
୫୦ ବର୍ଷ ପରେ ଏହି ଦିନ ସବୁଠାରୁ ବଡ ସୂର୍ଯ୍ୟପରାଗ : କେଉଁ ରାଶି ପାଇଁ କେତେ ଶୁଭ..
ରାହୁଙ୍କ ପ୍ରଭାବରୁ ରକ୍ଷା ପାଇବା ପାଇଁ ମଥାରେ ହଳଦିଆ ରଙ୍ଗର ତିଳକ ଲଗାଇବା ସହ ଘରେ ଚାନ୍ଦିର ହାତୀ ରଖନ୍ତୁ। ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତୁ।
ଭୋଜନ କକ୍ଷରେ ହିଁ ଭୋଜନ କରନ୍ତୁ। ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ଶ୍ୱଶୁର ଘର ସହ ଉତମ ସମ୍ପର୍କ ରଖନ୍ତୁ। କଳା, ଧଳା କମ୍ବଳ ଦାନ କରନ୍ତୁ।
କେତୁ ଶାନ୍ତ ହେବା ପାଇଁ ପ୍ରଭୁ ଗଣେଶଙ୍କ ଆରାଧନା କରନ୍ତୁ।
କୁକୁରଙ୍କୁ ରୁଟି ଖାଇବାକୁ ଦିଅନ୍ତୁ। ସନ୍ତାନଙ୍କ ସହ ଖୁସିରେ ରୁହନ୍ତୁ। କ୍ରୋଧ କରନ୍ତୁ ନାହିଁ।



