www.samajalive.in
Monday, December 15, 2025
14.1 C
Bhubaneswar

କିଲୋ ୭୫ ପଇସା, ତୋଳାଖର୍ଚ୍ଚ ଉଠୁନି

ବଲାଙ୍ଗିର  : ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକର କୁଶମେଲ ପଞ୍ଚାୟତର ପାତଳଘଣ୍ଟା (ଟମାଟୋ) କିଆରିରେ ପଚି ସଢି ନଷ୍ଟ ହେଉଛି କ୍ୱିଣ୍ଟାଲ କ୍ୱିଣ୍ଟାଳ ଫସଲ। ବଜାରରେ ଟମାଟୋର କିଲୋପ୍ରତି ଦର ୪ରୁ୫ ଟଙ୍କା ଥିବାବେଳେ ଚାଷୀଙ୍କ ଠାରୁ କିନ୍ତୁ ବେପାରୀ କିଣୁଛି ୭୫ ପଇସାରେ। ଚାଷୀକୁ ତୋଳା ଖର୍ଚ୍ଚ ବି ମିଳିପାରୁନି। ଫଳରେ ଟମାଟୋ ଫସଲକୁ କ୍ଷେତରେ ଉଜାଡିବା ହିଁ ଚାଷୀ ପାଇଁ ସାର ହୋଇଛି। ଏହିଭଳି ଭାବେ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି ବଲାଙ୍ଗିର ଜିଲାର ଟମାଟୋ ଚାଷୀ।
ସୂଚନା ମତେ ବଲାଙ୍ଗିର ଜିଲାର ଲୋଇସିଂହା ବ୍ଲକ ଘୁଙ୍ଗି, ଗେର୍ଡି, ଉପରାବାହାଳ, କୁଶମେଳ, କୁଶଙ୍ଗ ଅଞ୍ଚଳରେ ପ୍ରାୟତଃ ପାତଳଘଣ୍ଟା ଚାଷ କରାଯାଇଥାଏ। ବିଭାଗୀୟ ରିପୋର୍ଟ ଅନୁଯାୟୀ ଲୋଇସିଂହା ବ୍ଲକରେ ପ୍ରାୟ ୧୦୦ରୁ ଉର୍ଦ୍ଧ ହେକ୍ଟର ଜମିରେ ଚାଷ
କରାଯାଇଥିବା ବେଳେ ବେସରକାରୀ ଭାବେ ଏହା ଆହୁରି ଅଧିକ। ତେବେ ଏହି ଚାଷୀ ମାନଙ୍କ ପାଇଁ ସରକାରୀ ସ୍ତରରେ କୌଣସି ବଜାର ବ୍ୟବସ୍ଥା ନ ଥିବା ବେଳେ ଜିଲାରେ ସଂରକ୍ଷଣ ଲାଗି ଶୀତଳ ଭଣ୍ଡାର ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାଷୀମାନେ ପାତଳଘଣ୍ଟା ଅଭାବି ବିକ୍ରିର ଶିକାର ହେଉଥିବା ଅଭିଯୋଗ ହୋଇଛି। ସତେଯେମିତି ଗତଥର ପରିସ୍ଥିତିରୁ ଏଥର ମଧ୍ୟ ରାଜ୍ୟ ସରକାର କୌଣସି ଶିକ୍ଷାଲାଭ କରିପାରିନାହାନ୍ତି। ବଜାରରେ ପାତଲଘଣ୍ଟା କିଲୋ ପ୍ରତି ୩ ରୁ ୪ ଟଙ୍କା ଥିବା ବେଳେ ମାର୍ଚ୍ଚ ଓ ଏପ୍ରିଲରେ ଚାଷୀ ମାନେ ଟମାଟୋ ଅମଳ ସହ ବିକ୍ରୟ କରି ଦୁଇ ପଇସା ଲାଭ କରିବାର ଚିନ୍ତାରେ ଚାଷ କରିଥାନ୍ତି। କିନ୍ତୁ ବର୍ତ୍ତମାନ ବଲାଙ୍ଗିର ଜିଲାର ଲୋଇସିଂହା ବ୍ଲକର ପାତଳଘଣ୍ଟା ଚାଷୀ କିଲୋ ପ୍ରତି ୭୫ ପଇସାରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି। ପ୍ରଚୁର ପରିମାଣରେ ଅମଳ ହେଉଥିବାରୁ ବେପାରୀ ମଧ୍ୟ ଠିକ ଭାବେ ଟମାଟୋ ଉଠାଉନାହାନ୍ତି। ଏହି ପରିସ୍ଥିତିରେ କିଆରିରେ ପାତଳଘଣ୍ଟା ପଚିବାରେ ଲାଗିଥିବା ବେଳେ ବାଧ୍ୟ ହୋଇ କିଛି ପରିମାଣରେ ବେପାରୀକୁ ଦେଇ ବାକିତକ ଚାଷୀ ମାନେ ନିଜ ଗୋଡରେ ଦଳି ନଷ୍ଟ କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି। ତେବେ ପାତଳଘଣ୍ଟା ଚାଷ ପାଇଁ ଉଦ୍ୟାନ ବିଭାଗ ତରଫରୁ ହାଇବ୍ରିଡ ବିହନ ସ୍କିମରେ ପ୍ରାୟ ୩୧ ଜଣ ଚାଷୀଙ୍କୁ ୮୦୦୦ ଟଙ୍କା ଲେଖାଁଏ ସବସିଡି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ବାକିତକ ଚାଷୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥିଲେ ସୁଦ୍ଧା ଲାଭ ତ ଦୂରର କଥା ମୂଳ ଫେରିବା ନେଇ ଆଶଙ୍କା ଦେଖାଦେଇଛି। ତେବେ ଲୋଇସିଂହା ବ୍ଲକରେ ଏହି ଅଞ୍ଚଳ ମାନଙ୍କରେ ବହୁଳ ପରିମାଣରେ ପାତଳଘଣ୍ଟା ଚାଷ ହେଉଥିବା ବେଳେ ଅଞ୍ଚଳରେ ଟମାଟୋ ସସ୍‍ର କାରଖାନା କିମ୍ବା ବିକ୍ରୟ ବ୍ୟବସ୍ଥା କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି।
‘ଆଜ୍ଞା ଧାରଉଧାର କରିକରି ୨ ଏକର ଚାଷଜମିରେ ପାତଳଘଣ୍ଟା ଚାଷ କରିଥିଲି। ହେଲେ ଇହାଦେ ଉଧାର ପାଏସା କେନ୍ତ ସୁଝମି ସେଟା ଚିନ୍ତା ପଡିଛେ। ୩୦ କେଜିକେ ଯଦି ୨୦ ଟଙ୍କା ଥି ବିିକମି ବେଲେ ଲାଭ କାଣା ପାଏମି ଆଉ ଘର କାଣା ଚଲାମି କହୁନ’ ବୋଲି କହିଛନ୍ତି ଘୁଙ୍ଗିର ଚାଷୀ ସୁଭ୍ରା ବିଶ୍ୱାଲ। ସେହିଭଳି ଅନ୍ୟତମ ଚାଷୀ ମନୋଜ କୁମାର ସାହୁ କୁହନ୍ତି- ‘କେଜିକ ଟଙ୍କାଟେ ବି ନାଇ ମିଲଲେ ଏନ୍ତାଥି ଚାଷ କରମୁ କାଣା ଆଉ ବିକମୁ କାଣା। ଆଉ ପାତଳଘଣ୍ଟା ବାହାର କାରବାର ଲାଗି ବାଧ୍ୟ ହେଇ ତୁଲୁଛୁଁ ଆଉ ଯେତିକି ବିକୁଛୁଁ ଯାହା ଅଗଲିଗଲା ମାଡି ଦଳି ଦଉଛୁଁ। କୁଶମେଳ ଏରିଆରେ ବହୁଦ ପାତଳଘଣ୍ଟା ଚାଷ ହେଉଛେ ହେଲେ ଇନ ବଜାର ବ୍ୟବସ୍ଥା ନାଇନ କରି ସଂରକ୍ଷଣ ବ୍ୟବସ୍ଥା ନାଇନ। ଏନ୍ତାଥି ଚାଷୀ ମାନେ ପାତଳଘଣ୍ଟା ନଷ୍ଟ କରିଦେଉଛନ। ଯଦି ବଲାଙ୍ଗିର ଜିଲା ପ୍ରଶାସନ ସାତ ଦିନ ଭିତରେ କିଛି ପଦକ୍ଷେପ ନାଇ ନେବା ତାହେଲେ ଚାଷୀ ମାନେ ପାତଳଘଣ୍ଟା ଧରିକରି ଯିମୁ ଆଉ କଲେକ୍ଟର ଅଫିସ ଆଉ ତାଙ୍କର ଘର ସାମ୍ନାଥି ରୁକି କରି ମାଡମୁ ବୋଲି କହିଛନ୍ତି କୁଶମେଳର ଯୁବନେତା କସ୍ତୁବ ସାହୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories