www.samajalive.in
Sunday, December 14, 2025
14.1 C
Bhubaneswar

ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ସୁରବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ଆଉ ୬.୫୨ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିବା ସହ ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଖୋର୍ଦ୍ଧା ଜିଲା ଦୌରାଜଜ୍‍ଙ୍କ କୋର୍ଟରେ ଇଡି ପକ୍ଷରୁ ଏଥିପାଇଁ ଆବେଦନ କରାଯାଇଛି। ଜବତ ସମ୍ପତ୍ତି ମଧ୍ୟରେ ବାଲିପାଟଣାରେ ଟ୍ରଷ୍ଟ ଓ ସୁରବାବାଙ୍କ ଦୁଇ ପୁଅଙ୍କ ନାମରେ ଥିବା ୫.୫୬ କୋଟି ଟଙ୍କା ମୂଲ୍ୟର ଜମି, ଘର ଏବଂ ୯୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଆଦି ରହିଛି। ବାଲିପାଟଣା ଥାନା ଅଧୀନ ଝିଇଣ୍ଟିଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ସୁରେନ୍ଦ୍ରନାଥ ମିଶ୍ର ଓରଫ ସୁରବାବା ଏବଂ ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ମୋଟ ୧୪.୯୫ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୨୦୧୭ରେ ଠାବ କରାଯାଇଥିଲା। ସ୍ଥାବର ସମ୍ପତ୍ତି ମଧ୍ୟରେ ଆଶ୍ରମ ଜମିରେ ଥିବା ତ୍ରାହି ଅଚ୍ୟୁତନଗରର କୋଠାଘର, ମନ୍ଦିର, ମଣ୍ଡପ, ପୋଖରୀ ଏବଂ ଗୋଶାଳା ଆଦି ରହିଥିଲା। ଏହାର ମୂଲ୍ୟ ୧୨.୬୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଅଚ୍ୟୁତ ନଗରରେ ଥିବା ଏସ୍‍ବିଆଇ ଶାଖାର ଆକାଉଣ୍ଟକୁ ଯାଞ୍ଚ କରିବା ବେଳେ ସୁରବାବା, ତାଙ୍କ ଦୁଇ ପୁଅ ତ୍ରିଲୋଚନ ମିଶ୍ର, ବିରଞ୍ଚି ମିଶ୍ର, ବୋହୂ ଏବଂ ତ୍ରାହି ଅଚ୍ୟୁତ ଟ୍ରଷ୍ଟ ନାମରେ ଥିବା ୭ଟି ଆକାଉଣ୍ଟରେ ୨.୩୫ କୋଟି ଟଙ୍କା ଥିବା ଜଣାପଡ଼ିଥିଲା। ସୁରବାବାଙ୍କ ବହୁଚର୍ଚ୍ଚିତ ପୋଥି ଘର ସିନ୍ଦୁକ ଭିତରୁ ମିଳିଥିବା ୨୫ ଲକ୍ଷ ଟଙ୍କା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଛି। ଅଚ୍ୟୁତାନନ୍ଦ ଟ୍ରଷ୍ଟ ନାମରେ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଇଡି ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୧୭, ମାର୍ଚ୍ଚ ୩୦ ତାରିଖରେ ଆବେଦନ କରାଯାଇଥିଲା।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories