୭୦ ହଜାର ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର
ଅନୁଗୋଳ : ଅନୁଗୋଳ ସହରରେ ମଙ୍ଗଳବାର ଦିନ ଜଣେ ଯୁବକଙ୍କ ଠାରୁ ୭୦ ହଜାର ଟଙ୍କା ଲୁଟ ହୋଇଛି । ଅନୁଗୋଳ ବସଷ୍ଟାଣ୍ଡ ପାଖରେ ଘଟଣାଟି ଘଟିଛି। ସେଠାରେ ଥିବା ସିଣ୍ଡିକେଟ ବ୍ୟାଙ୍କରୁ ଅଶୋକ ଗୋଛାୟତ ୭୦ ହଜାର ଟଙ୍କା ଉଠାଇ ନିଜ ଘର ରାଇଝରକୁ ବାଇକରେ ଯାଉଥିବା ସମୟରେ ହେମସୁର ପଡା ଛକ ନିକଟରେ ଏକ ପ୍ଲସର ଗାଡ଼ିରେ ୨ ଜଣ ଯୁବକ ଆସି ଟଙ୍କା ବ୍ୟାଗକୁ ଧରି ଫେରାର ହୋଇଯାଇଥିଲେ । ଏନେଇ ଅନୁଗୋଳ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ।