ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ
ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ତଥା ବରଗଡ ଜିଲା ସଭାପତି ପ୍ରଭାସ ସିଂହ। ଜିଲ୍ଲା ସଭାପତି ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସୋମବାର ନବୀନ ନିବାସ ଆସି ନିଜର ଇସ୍ତଫା ପତ୍ର ଦେଇଛନ୍ତି। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଭାସ ସିଂହ ବରଗଡର ସାଂସଦ ରହିଥିଲେ। ଏଥର ଟିକେଟ ପାଇଁ ସେ ଦାବିଦାର ଥିଲେ। ହେଲେ ଦଳ ତାଙ୍କୁ ଟିକେଟ ଦେଇନାହିଁ।
ଇସ୍ତଫା ଦେବା ପରେ ପ୍ରଭାସ ସିଂହ କହିଛନ୍ତି ଯେ ଦଳ ଯେତେବେଳେ ତାଙ୍କୁ ଯାହା ଦାୟିତ୍ୱ ଦେଇଥିଲା ସେ ସୂଚାରୂପେ ତୁଲାଇଥିଲେ। ହେଲେ ବର୍ତ୍ତମାନ ଦଳରେ ତାଙ୍କର କୌଣସି ଆବଶ୍ୟକତା ନଥିବା ଅନୁଭବ କରି ଇସ୍ତଫା ଦେଇଥିବା କହିଛନ୍ତି । ଆଗାମି ଦିନରେ ସେ କେଉଁ ଦଳରେ ଯୋଗ ଦେବେ ବା ତାଙ୍କର ରଣନୀତି କଣ ରହିବ ସେନେଇ ସମର୍ଥକଙ୍କ ସହ ଆଲୋଚନା କରି ନିଷ୍ପତି ନେବେ ବୋଲି କହିଛନ୍ତି।
Comments are closed.