www.samajalive.in
Friday, December 5, 2025
17.1 C
Bhubaneswar

ପୁଷ୍ପା-୨ ଟିଜର ରିଲିଜ: ଦମଦାର ଲୁକରେ ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଦକ୍ଷିଣ ଭାରତୀୟ ଫିଲ୍ମ ପୁଷ୍ପା-୨ର ଟିଜର ରିଲିଜ ହୋଇସାରିଛି। ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଜି ଜନ୍ମଦିନ ଅବସରରେ ଫିଲ୍ମର ଟିଜର ରିଲିଜ କରାଯାଇଛି। ଏହି ଟିଜରରେ ଅଲ୍ଲୁ ଅର୍ଜୁନଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳୁଛି। ମୁହଁରେ ବିଭିନ୍ନ ରଙ୍ଗ, ଆଖିରେ କଳା, ମଥାରେ ଚନ୍ଦନ, ଶାଢି ପିନ୍ଧିବା ସହ ବେକରେ ଲେମ୍ବୁ ମାଳ ପକାଇ ଫାଇଟ୍‌‌ କରୁଥିବା ଦେଖିବାକୁ ମିଳିଛି। ହାତରେ ତ୍ରିଶୁଳ ଧରି ଅନେକ ଲୋକଙ୍କ ଗହଣରେ ପୁଷ୍ପା ସର୍ବ ସମ୍ମୁଖରେ ନଜର ଆସିବା ସହ ଭିନ୍ନ ଷ୍ଟାଇଲରେ ଫାଇଟ କରୁଛନ୍ତି। ଅଲ୍ଲୁଙ୍କ ଏହି ଦମଦାର ଲୁକ ଫ୍ୟାନ୍ସ ମାନଙ୍କୁ ବେଶ ଭଲ ଲାଗିଛି।

ଏତିକି କୋଟିର ମାଲିକ ଅଲ୍ଲୁ ଅର୍ଜୁନ: ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛା


ଆସନ୍ତା ଅଗଷ୍ଟ ୧୫ତାରିଖରେ ପୁଷ୍ପା-୨ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ ହେବ। ଏଥିପାଇଁ ଦର୍ଶକମାନେ ଚାତକ ଭଳି ଚାହିଁ ରହିଛନ୍ତି। ୨୦୨୧ ଡିସେମ୍ବରରେ ରିଲିଜ ହୋଇଥିବା ପୁଷ୍ମା ଫିଲ୍ମକୁ ଦର୍ଶକ ମାନେ ବେଶ ପସନ୍ଦ କରିଥିଲେ। ଖାସକରି ଅଲ୍ଲୁ ଅର୍ଜୁନଙ୍କ ଅଭିନୟ ଦର୍ଶକଙ୍କୁ ମତୁଆଲା କରିଥିଲା। ସେତେବେଳେ ସମସ୍ତଙ୍କ ମୁହଁରେ ଥିଲା ପୁଷ୍ପା ଝୁକେଗା ନେହଁ।

- Advertisement -

ଆଜି ଜନ୍ମଦିନ ଅବସରରେ ଅଲ୍ଲୁ ଅଜୁର୍ନଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ଏକ୍ସରେ ପୋଷ୍ଟ କରି ଅଲ୍ଲୁ ସମସ୍ତଙ୍କୁ ସଭିଁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜନ୍ମଦିନରେ ପୁଷ୍ପା-୨ ଟିଜର ରିଲିଜ ହୋଇଥିବାରୁ ସମସ୍ତେ ଏହାକୁ ଦେଖିବା ପାଇଁ ସେ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories