www.samajalive.in
Friday, December 5, 2025
20.1 C
Bhubaneswar

ରିଲ୍ସ ପାଇଁ ମନା କଲେ ବୋଲି ଯବାନଙ୍କ ସହ ଏମିତି କଲେ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ରିଲ୍ସ କରିବା ଯୁବପୀଢିଙ୍କ ପାଇଁ ଏକ ନିଶା ପାଲଟିଛି। ସୋସିଆଲ ମିଡିଆରେ ପପୁଲାର ହେବା ଏବଂ ପଇସା କମାଇବା ଲାଗି ବେଳେବେଳେ ଲୋକ ଏପରି କାମ କରନ୍ତି। ଯେଉଁଥିଲାଗି ସେମାନଙ୍କୁ ବହୁ ବିପଦର ସାମ୍ନା କରିବାକୁ ପଡେ। ଏମିତି କିଛି ଘଟଣା ଘଟିଛି ଆଗ୍ରାରେ। ସୂଚନା ମୂତାବକ ଶନିବାର ୪ଜଣ ଯୁବତୀ ଆଗ୍ରା ବୁଲିବାକୁ ଯାଇଥିଲେ। ହଠାତ୍ ଯୁବତୀମାନେ ତାଜମହଲ ନିକଟରେ ଥିବା ମସଜିଦକୁ ଯାଇ ଡ୍ୟାନ୍ସ କରି ରିଲ୍ସ ବନାଇବାକୁ ଲାଗିଥିଲେ। ଏହାଦେଖି ସେଠାରେ ଉପସ୍ଥିତ ଥିବା ସିଆଇଏସଏଫ୍ ର ଜଣେ ଯବାନ ସେମାନଙ୍କୁ ରିଲ୍ସ କରିବାକୁ ବାରଣ କରିଥିଲେ। କିନ୍ତୁ ଯୁବତୀମାନେ କଥା ନଶୁଣି ଯବାନଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଏହାପରେ ସୈନ୍ୟ ଜଣଙ୍କ ଯୁବତୀମାନଙ୍କଠାରୁ ମୋବାଇଲ ନେଇଯାଇଥିଲେ। ଏହାପରେ ଯାହା ଘଟିଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବ। ଯୁବତୀମାନେ ଯବାନଙ୍କୁ ବି ଛାଡିନଥିଲେ। ଯୁବତୀମାନେ ଯବାନ ଜଣଙ୍କୁ ନିର୍ଦ୍ଦୁମ୍ ଛେଚିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିରେ ଲାଗିଛି। ଭିଡିଓରେ ଦେଖାଯାଇଛି ଯେ ପ୍ରଥମେ ଯବାନ ଜଣଙ୍କ ଯୁବତୀମାନଙ୍କଠାରୁ ମୋବାଇଲ ଛଡାଇ ଧକ୍କା ମାରିଥିଲେ । ଏଥିରେ ଜଣେ ଯୁବତୀ ତଳେ ପଡିଯିବା ପରେ ଅନ୍ୟ ଯୁବତୀମାନେ ଯବାନ ଜଣଙ୍କୁ ନିର୍ଦ୍ଦୁମ୍ ଛେଚିଛନ୍ତି। ଯୁବତୀମାନେ ଉକ୍ତ ଘଟଣାକୁ ନେଇ ସିଆଇଏସଏଫ୍ କଣ୍ଟ୍ରୋଲ ରୁମ୍ ରେ ଅଭିଯୋଗ କରିଛନ୍ତି। ସେପଟେ ଘଟଣାକୁ ନେଇ ସିଆଏସଏଫ କମାଣ୍ଡାଣ୍ଟ ରାହୁଲ ଯାଦବ କହିଛନ୍ତି ସିସି ଟିଭି ଫୁଟେଜକୁ ଯାଞ୍ଚ କରାଯିବ। ଏବଂ ପ୍ରକୃତ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିବ।

 

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories