www.samajalive.in
Friday, December 5, 2025
26.1 C
Bhubaneswar

ନିର୍ବାଚନୀ ମୈଦାନରେ ଦେଶର ପ୍ରଥମ କିନ୍ନର ମହାମଣ୍ଡଳେଶ୍ବର; ମୋଦୀଙ୍କୁ କହିଲେ..

ବାରାଣସୀ: ​‌ଦେଶର ପ୍ରଥମ କିନ୍ନର ମହାମଣ୍ଡଳେଶ୍ବର ହେମାଙ୍ଗୀ ସଖୀ ବାରାଣସୀ ଲୋକସଭା ଆସନରୁ ନିର୍ବାଚନ ଲଢିବେ। ଅଖିଳ ଭାରତ ହିନ୍ଦୁ ମହାସଭା ହେମାଙ୍ଗୀ ସଖୀଙ୍କୁ ବନାରସରୁ ଟିକେଟ୍‌ ଦେଇଛି। ସେ ଏପ୍ରିଲ ୧୨ରେ ବନାରସରେ ପହଞ୍ଚି ବାବା ବିଶ୍ୱନାଥଙ୍କ ଆଶୀର୍ବାଦ ନେଇ ନିର୍ବାଚନ ପ୍ରଚାର ଆରମ୍ଭ କରିବେ।

- Advertisement -

ମହାମଣ୍ଡଳେଶ୍ବର ହେମାଙ୍ଗୀ ସଖୀ କହିଛନ୍ତି ଯେ, ସମଗ୍ର ଦେଶରେ କିନ୍ନର ସମ୍ପ୍ରଦାୟର ଅବସ୍ଥା ଅତ୍ୟନ୍ତ ଦୟନୀୟ। କିନ୍ନର ସମ୍ପ୍ରଦାୟ ପାଇଁ ଗୋଟିଏ ବି ସିଟ୍ ସଂରକ୍ଷିତ ନାହିଁ। କିନ୍ନର ସମ୍ପ୍ରଦାୟ ନିଜ କଥା ଲୋକସଭା ଏବଂ ବିଧାନସଭାରେ କିପରି ଉପସ୍ଥାପନ କରିବ? କିନ୍ନର ସମ୍ପ୍ରଦାୟର ନେତୃତ୍ବ କିଏ ନେବ? କିନ୍ନର ସମ୍ପ୍ରଦାୟର ଉନ୍ନତି ପାଇଁ ମୁଁ ଧର୍ମରୁ ରାଜନୀତିରେ ପ୍ରବେଶ କଲି। ହେମାଙ୍ଗୀ ସଖୀ କହିଛନ୍ତି ଯେ, ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ନାହୁଁ, ସେ ମଧ୍ୟ ଧାର୍ମିକ କାର୍ଯ୍ୟ କରିଛନ୍ତି। ଆମର ଏକମାତ୍ର ପ୍ରୟାସ ହେଉଛି, ଆମ କଥା ସରକାରଙ୍କ ପାଖରେ ପହଞ୍ଚୁ। ସେଥିପାଇଁ ବାରାଣସୀ ସଂସଦୀୟ ଆସନରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି।

ରିଲ୍ସ ପାଇଁ ମନା କଲେ ବୋଲି ଯବାନଙ୍କ ସହ ଏମିତି କଲେ…

ମହାମଣ୍ଡଳେଶ୍ବର କହିଛନ୍ତି ଯେ, ସରକାର ବେଟି ବଚାଓ ବେଟି ପଢାଓଙ୍କ ନାରା ଦେଇଛନ୍ତି। ଆମେ ଏହାକୁ ପ୍ରଶଂସା କରୁଛୁ, ଝିଅମାନେ ହେଉଛନ୍ତି ଜଗତଜନନୀଙ୍କ ସ୍ବରୂପ କିନ୍ତୁ ସରକାର ଅର୍ଦ୍ଧନାରୀଶ୍ୱରଙ୍କୁ ଭୁଲି ଯାଇଛନ୍ତି। ଆମେ ମଧ୍ୟ ଏହି ନାରା ଶୁଣିବାକୁ ଚାହୁଁଛୁ, ସେ ଦିନ କେବେ ଆସିବ? କେନ୍ଦ୍ର ସରକାର ଟ୍ରାନ୍ସଜେଣ୍ଡର ପୋର୍ଟାଲ ଜାରି କରିଛନ୍ତି କିନ୍ତୁ କ’ଣ କିନ୍ନରମାନେ ଏହା ବିଷୟରେ ଜାଣିଛନ୍ତି? ଯେଉଁମାନେ ରାସ୍ତାରେ ଭିକ ମାଗୁଛନ୍ତି, ସେମାନେ ଜାଣନ୍ତି ନାହିଁ ଯେ ସେମାନଙ୍କ ପାଇଁ ଏକ ପୋର୍ଟାଲ୍ ମଧ୍ୟ ଅଛି। ହିନ୍ଦୁ ମହାସଭା କିନ୍ନରମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏବଂ ସମାଜ ଆଗରେ ନିଜ ମତ ରଖିବାକୁ ମୋତେ ପ୍ରାର୍ଥୀ ଘୋଷଣା କରିଛି। ଦେଶର ପ୍ରତ୍ୟେକ ଦଳକୁ ଏହି ପଦକ୍ଷେପ ନେବାକୁ ପଡ଼ିବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories