nua o banner

୪୦୦ବର୍ଷ ପରେ ବିରଳ ସୂର୍ଯ୍ୟପରାଗ: କିଛି ଘଣ୍ଟାରେ ଅନ୍ଧାର ହେବ ଏହି ସବୁ ଦେଶ

BSKY banner  750×100

ସମାଜ ଡିଜିଟାଲ ଡେସ୍କ: କିଛି ଘଣ୍ଟା ବ୍ୟବଧାନରେ ବିରଳ ସୂର୍ଯ୍ୟପରାଗ। ୪୦୦ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲବ ସଂଯୋଗ। ୫ଘଣ୍ଟା ୨୫ ମିନିଟ ଧରି ଚାଲିବ ସୂର୍ଯ୍ୟପରାଗ। ଏହି ମହାଜାଗତିକ ଦୃଶ୍ୟ ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ। ଏହାର ଆଖପାଖ ଅଂଚଳରେ ଆଶିଂକ ଦୃଶ୍ୟମାନ ହେବ। ଭାରତୀୟ ସମୟ ରାତି ୯ଟା ୧୨ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ତା ପରଦିନ ଭୋର ୨ଟା ୨୨ମିନିଟରେ ଶେଷ ହେବ। ସର୍ବଧିକ ପରାଗ ରାତି ୧୧ଟା ୪୭ ମିନିଟରେ ଦେଖାଯିବ ବୋଲି କୁହାଯାଉଛି।
ସୂର୍ଯ୍ୟପରାଗରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରଙ୍କ ଛାଇ ପୃଥିବୀ ଉପରେ ପଡିଥାଏ। ସେହି ଅଂଚଳର ଲୋକମାନେ କିଛି ସମୟ ପାଇଁ ଦିନ ବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ। ତେବେ ଅନେକ ବର୍ଷ ପରେ ଏପ୍ରିଲ ୮ରେ ଆମେରିକା, କାନାଡ ଓ ମେକ୍ସିକୋରେ ଏଭଳି ସୂର୍ଯ୍ୟପରାଗ ଦେଖାଯିବ। ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ।
ସୂର୍ଯ୍ୟପରାଗକୁ ସିଧାସଳଖ କେବେ ଦେଖିବା ଉଚିତ ନୁହେଁ। ଏଥିପାଇଁ ସ୍ୱତନ୍ତ୍ର ପ୍ରକାର ଅପ୍ଟିକ୍ସ ବ୍ୟବହାର କରିବା ଦରକାର। ଏହି ପରାଗକୁ ଆମେରିକାର ସ୍ପେସ୍‌‌ ଏଜେନ୍ସି ନାସାର ଅଫିସିଆଲ ୱେବସାଇଟରେ ସିଧା ପ୍ରସାରଣ କରାଯିବ। ନାସାର ୟୁଟ୍ୟୁବ ଚ୍ୟାନେଲରେ ରାତି ୧୦.୩୦ରୁ ଲାଇଭ୍‌‌ ଷ୍ଟ୍ରିମିଂ କରାଯିବ। ଏହା ଦ୍ୱାରା ସୂର୍ଯ୍ୟପରାଗକୁ ଆପଣ ଲାଇଭ୍‌‌ ଦେଖିପାରିବେ।

Comments are closed.