ମୋଦୀଙ୍କ ଭଳି ଆମେ ମିଛୁଆ ନୁହେଁ – କଂଗ୍ରେସ ଅଧ୍ୟକ୍ଷ
ଡେସ୍କ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ତାଙ୍କ ଦଳ ମିଥ୍ୟା ପ୍ରତିଶ୍ରୁତି ଦେଉନାହିଁ। ଶୁକ୍ରବାର କଂଗ୍ରେସ ‘ନ୍ୟାୟ ପତ୍ର’ ଶୀର୍ଷକ ଇସ୍ତାହାର ଜାରି କରିଥିବା ବେଳେ ବିଜେପି ଏହାକୁ ମିଥ୍ୟା ଦାବି ବୋଲି କହିଛି।
ଜୟପୁରରେ ଏକ ଜନସଭାକୁ ସମ୍ବୋଧିତ କରି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଆମ ଦଳ କ୍ଷମତାକୁ ଆସିଲେ ଆମେ ୨୫ଟି ଗ୍ୟାରେଣ୍ଟି ପୂରଣ କରିବୁ ବୋଲି ପ୍ରତିଶ୍ରୁତି ଦେଇଛୁ। ପିଏମ ମୋଦିଙ୍କ ଭଳି ଆମେ ମିଛ କହୁନାହୁଁ। ସେ ଅନେକ ଗ୍ୟାରେଣ୍ଟି ଦେଇଛନ୍ତି, କିନ୍ତୁ ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି ଯେ ଏପର୍ଯ୍ୟନ୍ତ କେଉଁ ଗ୍ୟାରେଣ୍ଟି ପୂରଣ ହୋଇଛି। ପ୍ରତିବର୍ଷ ୨ କୋଟି ଚାକିରି ଦେବାର ଗ୍ୟାରେଣ୍ଟି ଦେଇଥିଲେ। ତେଣୁ ଗତ ୧୦ ବର୍ଷ ମଧ୍ୟରେ ତାଙ୍କୁ ୨୦ କୋଟି ଚାକିରି ଦେବାକୁ ଥିଲା। ମୁଁ ପଚାରିବାକୁ ଚାହୁଁଛି ଆପଣ ୨୦ କୋଟି ଚାକିରି ପାଇଛନ୍ତି କି ନାହିଁ?”
ତିକ୍ତ ସମ୍ପର୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ରପ୍ତାନିକୁ ଅନୁମତି – ଭାରତକୁ ମାଳଦ୍ୱୀପର ଧନ୍ୟବାଦ
ରାଲିରେ ଯୋଗ ଦେଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଭିଯୋଗ କରିଛନ୍ତି ଯେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଗଠିତ ଦେଶର ବଡ଼ ବଡ଼ ଅନୁଷ୍ଠାନଗୁଡ଼ିକ ଦୁର୍ବଳ ହୋଇଯାଇଛି ଏବଂ ଆଜି ପରିସ୍ଥିତି ଏପରି ହୋଇଛି ଯେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଉପରେ ଲୋକଙ୍କ ବିଶ୍ୱାସ ନାହିଁ।
ଦେଶରେ ଦିନକୁ ଦିନ ବଢୁଥିବା ବେରୋଜଗାର ପାଇଁ ମୋଦି ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିବା ସହ ବେରୋଜଗାରୀ ଦୂର କରିବା ପାଇଁ ସେମାନେ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଦଳର ନିର୍ବାଚନୀ ଇସ୍ତାହାରକୁ ସେ ଦେଶର ସ୍ୱର ବୋଲି କହିଛନ୍ତି। ମୁଁ ବହୁତ ଖୁସି ଏବଂ ଗର୍ବିତ ଯେ ରାଜ୍ୟସଭାର ସଦସ୍ୟ ହେବା ପରେ ମୋ ମା’ ସୋନିଆ ଗାନ୍ଧି ରାଜସ୍ଥାନକୁ ଆସିଛନ୍ତି।
Comments are closed.