www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ , କେତେ ରହିଛି ହେମାମାଳିନୀଙ୍କ ସମ୍ପତ୍ତି…

ନୂଆଦିଲ୍ଲୀ: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ହେମାମାଳିନୀ ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମଥୁରା ଆସନରୁ ବିଜେପି ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି। ତେବେ ହେମାଙ୍କ ସମ୍ପତ୍ତି ପରିମାଣ ୧୨୩ କୋଟି ଟଙ୍କା ବୋଲି ସେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡିଛି। ଅଭିନୟ, ଘର ଭଡା ଏବଂ ବ୍ୟାଙ୍କ ଜମାରାଶିରୁ ମିଳୁଥିବା ସୁଧ ତାଙ୍କର ଆୟର ସୂତ୍ର ବୋଲି ସେ ଦର୍ଶାଇଛନ୍ତି। ହେମାଙ୍କ ନିକଟରେ ନଗଦ ୧୩.୫ ଲକ୍ଷ ଟଙ୍କା ଥିବାବେଳେ ତାଙ୍କ ସ୍ବାମୀ ଧର୍ମେନ୍ଦ୍ର ନିକଟରେ ନଗଦ ୪୩ ଲକ୍ଷ ଟଙ୍କା ରହିଛି। ହେମାଙ୍କ ନିକଟରେ ମର୍ସିଡିଜ୍‌-ବେଞ୍ଜ୍‌, ଆଲ୍‌କାଜାର ଓ ମାରୁତି ଇକୋ ଭଳି ୬୧ ଲକ୍ଷ ଟଙ୍କାର କାର ରହିଛି। ଅପରପକ୍ଷରେ ଧର୍ମେନ୍ଦ୍ରଙ୍କ ନିକଟରେ ରେଞ୍ଜ୍‌ ରୋଭର, ମହିନ୍ଦ୍ରା ବୋଲେରୋ ଏବଂ ଗୋଟିଏ ବାଇକ୍‌ ରହିଛି। ହେମାଙ୍କ ଉପରେ ୧.୪ କୋଟି ଟଙ୍କାର ଋଣବୋଝ ରହିଥିବା ପ୍ରକାଶ। ରାଜସ୍ଥାନ ଉଦୟପୁରସ୍ଥିତ ସାର ପଦ୍ମାପତ୍‌ ସିଂଘାଣିଆ ବିଶ୍ବବିଦ୍ୟାଳୟରୁ ହେମାଙ୍କୁ ସମ୍ମାନସୂଚନ ଡକ୍ଟରେଟ୍‌ ଡିଗ୍ରୀ ମିଳିଛି। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ହେମା ଯମୁନା ନଦୀକୂଳସ୍ଥ ବିଶ୍ରାମ ଘାଟରେ ପୂଜାର୍ଚ୍ଚନା କରିଛନ୍ତି। ହେମା ମଥୁରାରୁ ୨୦୧୪ ଓ ୨୦୧୯ରେ ଲୋକସଭାକୁ ନିର୍ବାଚିତ ହୋଇସାରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories