www.samajalive.in
Saturday, December 13, 2025
26.1 C
Bhubaneswar

୨୦ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ

ଡେସ୍କ: ୨୦ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୨୦ ଫୁଟ ଗଭୀର ବୋରୱେଲରୁ ଉଦ୍ଧାର ହେଲା ୨ ବର୍ଷର ଶିଶୁ। କର୍ଣ୍ଣାଟକ ବିଜୟପୁରାର ଲାଚୟାଲ ଗାଁରେ ବୁଧବାର ଅପରାହ୍ନରେ ଶିଶୁଟି ଖେଳୁଥିବା ବେଳେ ଏକ ଖୋଲା ବୋରଓ୍ବେଲ ଭିତରେ ଖସି ପଡିଥିଲା। ସେହି ବାଟ ଦେଇ ଯାଉଥିବା ଜଣେ ଲୋକ ଶିଶୁଟିର କାନ୍ଦ ଶୁଣି ବୋରୱେଲ ଭିତରେ ଖସିପଡିଥିବା ଜଣାପଡିଥିଲା।


ଏ ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀ ଓ ଡାକ୍ତରୀ ଟିମକୁ ପଠା ଯାଇଥିଲା। ତୁରନ୍ତ ବୋରୱେଲ ମଧ୍ୟକୁ ଏକ ଲମ୍ବା ପାଇପ ସହାୟତାରେ ଅମ୍ଳଜାନ ଯୋଗାଇ ଦିଆଯାଇଥିଲା। ଯଦିଓ ଉଦ୍ଧାରକାରୀ ଦଳ ବୋରୱେଲ ମଧ୍ୟକୁ ପଠା ଯାଇଥିବା କ୍ୟାମେରା ସାହାଯ୍ୟରେ ପିଲାଟିକୁ ଦେଖି ପାରୁଥିଲେ କିନ୍ତୁ ପିଲାଟିର ମୁଣ୍ଡ ତଳକୁ ଥିବାରୁ ଉଦ୍ଧାରକାରୀ ଦଳ ସ୍ୱତନ୍ତ୍ର ଉପାୟ କରିଥିଲେ।

ଏହି ବିବାହ କାର୍ଡ ଦେଖିଲେ ଲାଗିବ ଝଟ୍‌‌କା; ପଢିଲେ ଉଡିବ ହୋସ୍‌‌, ହେଉଛି ଭାଇରାଲ..

- Advertisement -

ଉଭୟ ଏନଡିଆରଏଫ ଓ ଏସଡିଆରଏଫ ପକ୍ଷରୁ ମିଳିତ ଭାବରେ ସମାନ୍ତରାଳ ଭାବରେ ୨୧ ଫୁଟ ଗଭୀର ଗର୍ତ୍ତ ଖୋଲା ଯାଇଥିଲା। ତେବେ ପିଲାଟିକୁ ସୁରକ୍ଷିତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଫସଲରେ ପାଣି ମଡ଼ାଇବା ପାଇଁ ପିଲାଟିର ଜେଜେ ଗୋଟିଏ ଦିନ ପୂର୍ବରୁ ସେହି ବୋରୱେଲ ଖୋଳାଇଥିଲେ।

କବର ଭିତରେ ରହସ୍ୟମୟୀ ମହିଳା, ମୁହଁରେ ଢାଙ୍କିଛି ହାତ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories