www.samajalive.in
Friday, December 5, 2025
20.1 C
Bhubaneswar

ଗଞ୍ଜାମ ସହର ମୁଖ୍ୟ ରାସ୍ତାରେ ବୁଲା ଗାଈ ଗୋରୁଙ୍କ ଉପଦ୍ରଵ

ଗଞ୍ଜାମ : ଗଞ୍ଜାମ ସହରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବୁଲା ଗାଈ ଗୋରୁଙ୍କ ଉପଦ୍ରଵ ଅଧିକ ମାତ୍ରରେ ଦେଖିବାକୁ ମିଳିଛି। ଫଳରେ ସାଧାରଣ ଲୋକ ମାନେ ସନ୍ଧ୍ୟାରେ ଯାତାୟତ ବେଳେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧା ପାଇଁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି।
ସୂଚନା ଯୋଗ୍ୟ ବୁଲା ଗାଈଗୋରୁଙ୍କୁ ରୋକିବା ପାଇଁ ଏନଏସି ପକ୍ଷରୁ ଗତ କିଛି ବର୍ଷ ତଳେ କାଇଞ୍ଚପୁର ପଂଚାୟତର କଲ୍ୟାଣ ପୁର ନିକଟରେ କାଂଜିଆ ହୁଦା ନିର୍ମାଣ ହୋଇଥିଲା। ବୁଲା ଗାଈ ଗୋରୁଙ୍କୁ ଧରିନେଇ ସେଠାରେ ରଖା ଯିବା ସହିତ ଉକ୍ତ ଗୋରୁ ଗାଈଙ୍କ ମାଲିକ ଠାରୁ କିଛି ଜୋରିମାନା ଆଦାୟ କରାଯିବାର ବ୍ୟବସ୍ଥା ରହିଥିଲା। କିନ୍ତୁ ଆଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇ ନଥିବା ବେଳେ ତାହା କେବଳ ନାମକୁ ମାତ୍ର ନିର୍ମାଣ ହୋଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହୋଇଥିବା କାଂଜିଆ ହୁଦା ଅଦରକାରୀ ଭାବେ ପଡି ରହିଛି। ଅନ୍ୟପଟେ ସହରରେ ଗାଈଗୋରୁଙ୍କ ସମସ୍ୟା ବଢ଼ି ଚାଲିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଦାବୀ ହେଉଛି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories