www.samajalive.in
Saturday, December 6, 2025
16.1 C
Bhubaneswar

ବଢିଲା ସୁନା-ରୂପା ଦାମ୍, ବର୍ଷ ଶେଷ ସୁଦ୍ଧା ଭାଙ୍ଗିବ ରେକର୍ଡ

ନୂଆଦିଲ୍ଲୀ : ସୁନା ଆଜି ପୁଣି ନିଜ ସର୍ବୋଚ୍ଚ ଦରରେ ପହଞ୍ଚିଛି । ପ୍ରତି ୧୦ ଗ୍ରାମ ସୁନା ଦାମ୍ ୫୭୨ ଟଙ୍କା ମହଙ୍ଗା ହୋଇ ୬୯,୯୩୬ ଟଙ୍କା ହୋଇଯାଇଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ କେବଳ ୩ ମାସରେ ହିଁ ସୁନା ଦାମ୍ ୬୬୩୪ ଟଙ୍କା ବଢିସାରିଛି । ୧ ଜାନୁୟାରୀରେ ସୁନା ଦାମ୍ ୬୩,୩୦୨ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା ।

ରୂପା ମଧ୍ୟ ଆଜି ନିଜ ଅଲ ଟାଇମ୍ ହାଇରେ ପହଞ୍ଚିଛି । ରୂପା ଦାମ୍ ୧୪୬୯ ଟଙ୍କା ମହଙ୍ଗା ହୋଇ ୭୯,୦୬୩ ଟଙ୍କା ପ୍ରତି କିଲୋରେ ପହଞ୍ଚିଛି । ଦିନେ ପୂର୍ବରୁ ଏହା ୭୭,୫୯୪ ଟଙ୍କା ଥିଲା । ରୂପା ଦାମ୍ ଗତ ବର୍ଷ ଡିସେମ୍ବରରେ ୭୭,୦୭୩ ଟଙ୍କା ରହିଥିଲା ।

ଲଗାତର ବଢୁଛନ୍ତି ଉପଭୋକ୍ତା, ଚଳିତ ଆର୍ଥିକ ବର୍ଷରେ ରେକର୍ଡ କଲା ୟୁପିଆଇ ନେଣଦେଣ

- Advertisement -

ବଜାର ବିଶେଷଜ୍ଞଙ୍କ ଅନୁସାରେ ଆଗାମୀ ଦିନରେ ସୁନା ଦାମ୍ ବଢିପାରେ । ଏଥିଯୋଗୁଁ ଚଳିତ ବର୍ଷ ଶେଷ ସୁଦ୍ଧା ସୁନା ୭୫ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ଯାଇପାରେ । ରୂପା ଦାମ୍ ମଧ୍ୟ ୮୫ ହଜାର ଟଙ୍କା ପ୍ରତି କିଲୋଗ୍ରାମ ପର୍ଯ୍ୟନ୍ତ ପହଞ୍ଚିପାରେ ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories