www.samajalive.in
Saturday, December 6, 2025
26.1 C
Bhubaneswar

ଲଗାତର ବଢୁଛନ୍ତି ଉପଭୋକ୍ତା, ଚଳିତ ଆର୍ଥିକ ବର୍ଷରେ ରେକର୍ଡ କଲା ୟୁପିଆଇ ନେଣଦେଣ

ନୂଆଦିଲ୍ଲୀ : ଭାରତରେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ନେଣଦେଣ ଗତ ଆର୍ଥିକ ବର୍ଷ ତୁଳନାରେ ବୃଦ୍ଧି ପାଇଛି ।  ମାର୍ଚ୍ଚ ୨୦୨୪ରେ ମଧ୍ୟ ମାର୍ଚ୍ଚ ୨୦୨୩ ତୁଳନାରେ ନେଣଦେଣ ମାତ୍ରା ୫୫ ପ୍ରତିଶତ ବୃଦ୍ଧି ପାଇ ୧୩.୪୪ ବିଲିୟନ୍ ଏବଂ ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇ ୧୯.୭୮ ଟ୍ରିଲିୟନ୍ ଟଙ୍କା ହୋଇଛି । ପ୍ରଥମ ଥର ପାଇଁ ୟୁପିଆଇ ନେଣଦେଣ ୧୦୦ ବିଲିୟନ୍ ପାର୍ କରିଛି ଏବଂ ଆର୍ଥିକ ବର୍ଷରେ ୧୩୧ ବିଲିୟନରେ ବନ୍ଦ ହୋଇଛି । ୨୦୨୨-୨୩ ରେ ଏହା ୮୪ ବିଲିୟନ୍ ଥିଲା ।

ଗତ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ କି ଭାରତରେ ବିଶ୍ବର ପ୍ରାୟ ୪୬ ପ୍ରତିଶତ ଲୋକ ଡିଜିଟାଲ ନେଣଦେଣ କରୁଛନ୍ତି । ଏସବୁର ଶ୍ରେୟ ଯାଉଛି ୟୁପିଆଇକୁ । ସେ ଗତ ମାସରେ କହିଥିଲେ କି ଡିଜିଟାଲ ପୈଠରେ ୟୁପିଆଇର ଭାଗିଦାରୀ ୨୦୨୩ରେ ୮୦ ପ୍ରତିଶତ ପାଖାପାଖି ପହଞ୍ଚିଯାଇଛି ।

- Advertisement -

ୟୁପିଆଇକୁ ପ୍ରୋତ୍ସାହନ ଦେବା ପାଇଁ ଏନପିସିଆଇ ଏବଂ ସରକାର ଅନେକ ପଦକ୍ଷେପ ଉଠାଇଛନ୍ତି । ୟୁପିଆଇର କାର୍ଯ୍ୟକାରିତାକୁ ଅଧିକ ସହଜ ସରଳ କରିବାପାଇଁ ଏନପିସିଆଇ ଅନେକ ନୂଆ ସୁବିଧା ଧିରେ ଧିରେ ଯୋଡୁଛି । ଏଥିରେ ୟୁପିଆଇ ଲାଇଟ୍, ୟୁପିଆଇରେ କ୍ରେଡିଟ୍ ଲାଇନ୍ ଆଦି ଅନେକ ଆପର ବଜାର ପ୍ରବେଶ କରାଯାଇଛି । ଏନପିସିଆଇ ୟୁପିଆଇକୁ ବୈଶିକ ସ୍ତରକୁ ନେଇଯିବା ପାଇଁ ନେପାଳ, ଫ୍ରାନ୍ସ, ଶ୍ରୀଲଙ୍କା, ସିଙ୍ଗାପୁର, ୟୁଏଇ ସମେତ ଅନେକ ଦେଶ ସହିତ ଚୁକ୍ତିରେ ହସ୍ତାକ୍ଷର କରିଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories