www.samajalive.in
Saturday, December 6, 2025
26.1 C
Bhubaneswar

ଧାମରା ବନ୍ଦରରେ ଅଂଶୁଘାତ ମୃତ୍ୟୁ ଅଭିଯୋଗ

ଧାମରା : ଭଦ୍ରକ ଜିଲା ଅଧିନସ୍ଥ ଧାମରା ବନ୍ଦରରେ କାର୍ଯ୍ୟରତ ଶ୍ରମିକଙ୍କ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣା ଯାଇଛି ଧାମରା ବନ୍ଦରରେ ଏମଏସ ଅବଦୁଲ କମ୍ପାନୀରେ ସନ୍ଥଚରଣ ଦାସ ଜଣେ ଅଣକୁଶଳୀ ଶ୍ରମିକ ଭାବେ କାର୍ଯ୍ୟକରୁଥିଲେ। ଆଜି ସଂପୃକ୍ତ ଶ୍ରମି଼ିକଙ୍କ ଦେହ ଭଲ ନଥିବା ବେଳେ ସେ ଆଜି ବନ୍ଦର ମଧ୍ୟକୁ କାର୍ଯ୍ୟ କରିବାକୁ ଯିବାକୁ ରାଜି ନଥିଲେ ପରେ ସଂପୃକ୍ତ କମ୍ପାନୀର ମାଲିକ ତାଙ୍କୁ ତୁରନ୍ତ ଆସି କାର୍ଯ୍ୟରେ ଯୋଗ ଦେବାକୁ ବାଧ୍ୟ କରିଥିଲେ।

ସେ ସକାଳ ସମୟରେ କାର୍ଯ୍ୟ ସଂପର୍ଣ କରି ଅପରାହ୍ନ ୧୨ଟା ସମୟରେ ନିଜ ଘରକୁ ଫେରୁଥିବା ବେଳେ ଡିଆଇ ରୋଡରେ ସାଇକେଲରୁ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ପ୍ରଥମେ ଆଦାନୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଧାମରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ସନ୍ଥ ଚରଣ ଦାସଙ୍କୁ ଡିପିସିଏଲ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେ ମୃତ୍ୟୁ ବରଣ କରିଥିବା ଜଣା ଯାଇଛି। ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକ ମାନଙ୍କ ପାଇଁ କାର୍ଯ୍ୟ କରିବାର ସମୟ ନିର୍ଘଂଟ କରିଥିବା ବେଳେ କେଉଁ ପରିସ୍ଥିତିରେ ସଂପୃକ୍ତ କମ୍ପାନୀ କର୍ତୁପକ୍ଷ ଏହାକୁ ଉଲଂଘନ କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି।

- Advertisement -

ଅନ୍ୟ ପକ୍ଷରେ ସଂପୃକ୍ତ ବ୍ୟକ୍ତିଙ୍କ ପରିବାରର ଜଣକୁ ଧାମରା ବନ୍ଦର କମ୍ପାନୀରେ ନିଯୁକ୍ତି ଦେବା ସହ କମ୍ପାନୀ ପକ୍ଷରୁ ଆର୍ଥିକକ୍ଷତି ପୂରଣ ଏବଂ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ସଂପୃକ୍ତ ମୃତ ଶ୍ରମିକଙ୍କ ପରିବାରକୁ ଆର୍ଥିକ କ୍ଷତି ପୂରଣ ଦେବାକୁ ଧାମରା ବନ୍ଦର କର୍ମଚାରୀ ସଂଘ ଦାବୀ ଜଣାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories