ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କୋରାପୁଟ ବନ୍ଦ
କୋରାପୁଟ : ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କୋରାପୁଟ ଜିଲାରେ ବନ୍ଦ ଡାକରା ଦିଆଯାଇଛି। ମଙ୍ଗଳବାର ୪ଜିଲାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ରାୟଗଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲାରେ ଏହି ବନ୍ଦ ପାଳନ କରାଯାଉଛି। ବିଭିନ୍ନ ଜିଲାର ଓକିଲ ସଂଘ ସହ ବୈଠକ ପରେ ମିଳିତ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ପାଳନ କରିଛି। ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ବାରମ୍ବାର କରିବା ସତ୍ତ୍ବେ ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ଏହାର ପ୍ରତିବାଦରେ ବନ୍ଦ ପାଳନ କରାଯାଉଥିବାର କମିଟି ପକ୍ଷରୁ କୁହାଯାଇଛି। ବନ୍ଦ ଡାକରା ଫଳରେ ଦୋକାନବଜାର, ଗାଡି ଚଳାଚଳ ବନ୍ଦ ରହିଛି। କିନ୍ତୁ ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି।