www.samajalive.in
Monday, December 15, 2025
16.1 C
Bhubaneswar

ବିଜେଡିର ସଂକଳ୍ପ ସମାବେଶ:ସାମିଲ ହେଲେ ପୂର୍ବତନ ସମିତି ଅଧ୍ୟକ୍ଷଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଏବଂ ବିଜେପି ସମର୍ଥକ

କଲମପୁର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେଡି, ବିଜେପି ଏବଂ କଂଗ୍ରେସର ପ୍ରାର୍ଥି ତାଲିକା ଚୁଡାନ୍ତ ହେଇଯାଇଛି। ଏବେ ଆରମ୍ଭ ହେଇଯାଇଛି ରାଜନୈତିକ ଉଷ୍ମତା। ସଂକଳ୍ପ ଦିବସ ପାଳନ ମାଧ୍ୟମରେ ବିଜେଡି ତାର ପ୍ରଚାର କାର୍ଯ୍ୟ ଆରମ୍ଭ କରିଛି।

ମଙ୍ଗଳବାର କଲମପୁର ବ୍ଲକ ବିଜେଡି ପକ୍ଷରୁ ଲିଟିଜୋର ଆମ୍ବ ବଗିଚା ଠାରେ ସଭାପତି ଅଭିମନ୍ୟୁ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଂକଳ୍ପ ଦିବସରେ ଜିଲା ବିଜୁ ଜନତା ଦଳର ସଭାପତି ତଥା ଧର୍ମଗଡ ବିଧାନ ସଭା ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥି ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇଥିଲେ। ଶ୍ରୀ ସିଂହଦେଓଙ୍କ ନିର୍ମଳ ଏବଂ ସ୍ୱଚ୍ଛ ଭାବମୂର୍ତ୍ତି ପ୍ରତି ଆକୃଷ୍ଟ ହେଇ କଲମପୁର ସମିତିର ପୂର୍ବତନ ଅଧ୍ୟକ୍ଷ ତଥା କଲମପୁର ଅଂଚଳର ବରିଷ୍ଠ କଂଗ୍ରେସ ନେତା ସୁଧାଂଶୁ ଶେଖର ପଣ୍ଡାଙ୍କ ସମେତ ଅରୁଣ କୁମାର ପଣ୍ଡା, ଲୋଚନ ନାଗ, ହରପ୍ରସାଦ ନାଏକ, କଂଗ୍ରେସର ଶତାଧିକ କର୍ମୀ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି।

- Advertisement -

ସେହିଭଳି ବିଜେପିର କିଛି ସମର୍ଥକ ବିଜେଡିରେ ସାମିଲ ହେଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ନିରାକାର ପଣ୍ଡା, ଅବସରପ୍ରାପ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରି·ଳକ ସୁବାଷ ଚନ୍ଦ୍ର ପଣ୍ଡା, ଯୁବ ସମାଜସେବୀ ରଞ୍ଜନ କୁମାର ସାହୁ ପ୍ରମୁଖଙ୍କ ସମେତ ଏଓଏସସିଏଫ ହାରାମାଲ ବ୍ରାହ୍ମଣକେନ୍ଦୁଗୁଡା ଶାଖାର ବିଦେଶୀ ନିଆଲ, ଅମର ବାଗ, କପିଳାଶ ସୁନାନୀ, ବୈଲୋଚନ ସୁନାନୀ, ପୁରନ୍ଦର ବାଗ ପ୍ରମୁଖ ୩୦ରୁ ଅଧିକ କର୍ମକର୍ତା ବିଜେଡିରେ ସାମିଲ ହେଇଛନ୍ତି।

ସେହିଭଳି ଶ୍ରୀବତ୍ସ ପାଢୀ, ଆଲୋକ ରଞ୍ଜନ ଖମାରୀ, ଭଦ୍ର ରାଉତ, ପ୍ରଦୀପ କୁମାର ପାଢୀ, ସ୍ୱାଧିନ କୁମାର ସିଂହ, ଦୀନ ବନ୍ଧୁ ପ୍ରଧାନୀ, ବଡକୁଟୃ ସମିତି ସଭ୍ୟ ବିକ୍ରମକେଶରୀ ନାଏକ, ଅଭିଷେକ ପଣ୍ଡା, ସଂଗ୍ରାମ କେଶରୀ ବେହେରା, ମହାଦେବ ବେହେରା ପ୍ରମୁଖ ବିଜେଡିରେ ସାମିଲ ହେଇଛନ୍ତି। ସମସ୍ତ ନବାଗତଙ୍କୁ ବ୍ଲକ ସଭାପତି ଶ୍ରୀ ବାଗ, ଶ୍ରୀ ସିଂହଦେଓ, ବରିଷ୍ଠ ନେତା ଜିତେନ୍ଦ୍ର ନାରାୟଣ ସିଂହଦେଓ, ମହିଳା ସେଲ ସଭାନେତ୍ରୀ ମଧୁଛନ୍ଦା ଭଞ୍ଜ, ନବୀନ କୁମାର ପଣ୍ଡା ପ୍ରମୁଖ ପୁଷ୍ପ ଗୁଚ୍ଛ ଏବଂ ଦଲୀୟ ଉତରୀୟ ଦେଇ ସ୍ୱାଗତ ଜଣାଇଥିଲେ। ଏ ସଂକଳ୍ପ ଦିବସ ପାଳନ ଅବସରରେ ଦର ଦାମ ନିୟନ୍ତ୍ରଣରେ କେନ୍ଦ୍ର ସକାରଙ୍କ ବିଫଳତା ଉପରେ ସାଧାରମ ଜନତା ସଜାଗ ହେବା ଦରକାର ବୋଲି ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories