www.samajalive.in
Monday, December 8, 2025
27.1 C
Bhubaneswar

ଉବର ଅଟୋରେ ଯାତ୍ରୀଙ୍କୁ ଆସିଲା ୩ କୋଟି ଟଙ୍କାର ବିଲ୍

ନୂଆଦିଲ୍ଲୀ : ଉବର ଅଟୋରେ ବିଲରେ ଗଡବଡ ମାମଲା ସାମ୍ନାକୁ ଆସିଛି । ନୋଏଡା ଏବଂ ହାଇଦ୍ରାବାଦରେ ଜଣେ ଉବର ଗ୍ରାହକଙ୍କଠୁ ଅଟୋରେ ଯାତ୍ରା କରିବା ନେଇ ୭ କୋଟି ଏବଂ ୧ କୋଟି ଟଙ୍କାର ଶୁଳ୍କ ଆଦାୟ କରିବା ପରେ ଏବେ ପୁଣେରେ ମଧ୍ୟ ଏମିତି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିକଟରେ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି କି ଅଟୋରେ ଯାତ୍ରା କରିବା ପାଇଁ ୩ କୋଟି ଟଙ୍କାର ବିଲ୍ ମିଳିଛି ଯାହାକି ସମସ୍ତଙ୍କୁ ଚକିତ କରିଛି ।

- Advertisement -

ଦୀପାଂଶ ପ୍ରତାପ ଏକ୍ସରେ ଲେଖିଛନ୍ତି କି ‘ଏହା ଏକ ଦୈନନ୍ଦିନ ଅଟୋ ଯାତ୍ରା ନା ଚାର୍ଟାର୍ଡ ବିମାନ ଜାହାଜ । ଅଟୋ ଯାତ୍ରା ପାଇଁ ୩ କୋଟି ଟଙ୍କାରୁ ଅଧିକ ବିଲ୍ କେମିତି ଆସିଲା ?’ ଅନ୍ୟପଟେ ଉବର ଇଣ୍ଡିଆ ଏଥିରେ ଧ୍ୟାନ ଦେଇ କହିଛି କି ସେ ଏଥିପ୍ରତି ଗୁରୁତ୍ବ ଦେବ । କମ୍ପାନୀ ଉପଭୋକ୍ତାଙ୍କୁ କଣ୍ଟାକ୍ଟ ଡିଟେଲ୍ସ ସେୟାର କରିବା ପାଇଁ ମଧ୍ୟ କହିଛି ଯାହା ଫଳରେ ସେ ନିଜ ଯାଞ୍ଚକୁ ଆଗକୁ ବଢାଇପାରିବ । କହିରଖୁଛୁ ଉବର ଅଟୋରେ ଯାତ୍ରା କରିବା ପରେ ବିଲରେ ଗଡବଡ ହୋଇଛି । ପୂର୍ବରୁ ମଧ୍ୟ ଏମିତି ଅନେକ ଥର ମାମଲା ସାମ୍ନାକୁ ଆସିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories