www.samajalive.in
Monday, December 15, 2025
15.1 C
Bhubaneswar

ଚୌଦ୍ୱାରରେ ଉତ୍କଳ ଦିବସ ପାଳିତ

ଚୌଦ୍ୱାର:ଚୌଦ୍ୱାରରେ ଉତ୍କଳ ଦିବସ ସମାରୋହରେ ପାଳିତ ହୋଇ ଯାଇଛି । ଚୌଦ୍ୱାର ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ଗୌରବ ମଧୁବାବୁ, ଉତ୍କଳମଣି ଗୋପବନ୍ଧୁ, ବିଜୁବାବୁ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯିବା ସହ ଉତ୍କଳ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା।

ସାହିତ୍ୟ ସଂସଦର ସଭାପତି ବିଶ୍ୱକଲ୍ୟାଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ,ଉପାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ, ପ୍ରାକ୍ତନ ନଗରପାଳ ପ୍ରେମଚାନ୍ଦ ନାୟକ,ବିଧାୟକଙ୍କ ପ୍ରତିନିଧି ବିଷ୍ଣୁଚରଣ ପରିଡ଼ା, କାଉନସିଲର ଆଶୁତୋଷ ଦାସ, ଅଜୟ ବେହେରା, ଅର୍ଜୁନୀ ବେହେରା, ଅବସରପ୍ରାପ୍ତ ଶିକ୍ଷକ ସଂଘର ସଂପାଦକ ସୁକାନ୍ତ କୁମାର ମହାନ୍ତି, ବୈଷ୍ଣବ ଚରଣ ପ୍ରଧାନ, ଓଷ୍ଟା ଶିକ୍ଷାବିତ୍ ଶିବପ୍ରସାଦ ପତି, ଅକ୍ଷୟ ମିଶ୍ର, ନରହରି ନାୟକ, ବିଜୟ କୁମାର ନନ୍ଦ, ଅଲେଖ ବେହେରା, ପବିତ୍ରମୋହନ ସାହୁ, ଅଶୋକ କୁମାର ନାୟକ, ସାମ୍ବାଦିକ ଗଂଗାଧର ସାହୁ, ସତ୍ୟବ୍ରତ ଦାସ, କେ.ସି.ପ୍ରତାପ ସିଂହ, ମାନସ ରଂଜନ ସାମଲ, ଆଡ଼ଭୋକେଟ ରମେଶ ଚନ୍ଦ୍ର ଭୂୟାଁ, ଅଧ୍ୟାପକ ଶରତ ଚନ୍ଦ୍ର ନାୟକ, କିଶୋର କୁମାର ମହାନ୍ତି, ପ୍ରଣବ କୁମାର ମହାନ୍ତି, ଅକ୍ଷୟ କୁମାର ଭୂୟାଁ, ମୃତ୍ୟୁଞ୍ଜୟ ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

- Advertisement -

ସଂଗଠନ ସଂପାଦକ ଚନ୍ଦ୍ରପ୍ରକାଶ ପଟ୍ଟନାୟକ, ଯୁଗ୍ମ ସଂପାଦିକା ସରିତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚୌଦ୍ୱାର ପୌର ପରିଷଦ ତରଫରୁ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା ।ସେହିପରି ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବିରୁପା ବ୍ୟାରେଜ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories