www.samajalive.in
Monday, December 15, 2025
15.1 C
Bhubaneswar

ଘଣ୍ଟିଖାଲରେ ଲଉଡି ଉତ୍ସବ ମହୋତ୍ସବ

ଗୁରୁଡିଝାଟିଆ: ଘଣ୍ଟିଖାଲ ବୃନ୍ଦାବନ ଚନ୍ଦ୍ର ଲଉଡି ସଂଘ ପକ୍ଷରୁ ଲଉଡି ମହୋତ୍ସବ ଅନୁଷ୍ଠିତ ହୋଇଛି। ଯୁବ ନେତା ଆଦିତ୍ୟ ପ୍ରଦାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯାଦବ ସଂପ୍ରଦାୟର ଭକ୍ତିରସପୂର୍ଣ୍ଣ ଲଉଡି ଖେଳ ଆମ ଗୌରବମୟ ସଂସ୍କୃତି, ପରମ୍ପରା ଓ ପୁରାଣର ଗାଥାକୁ ଉଦଜୀବିତ କରାଇଦିଏ। ସମାଜ ବ୍ୟବସ୍ଥାରେ ଯାଦବମାନଙ୍କ ବରିଷ୍ଠ ଭୂମିକା ଅନସ୍ୱୀକାର୍ଯ୍ୟ ବୋଲି କହିବା ସହିତ ସଂଗଠନର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ।

ସାଧୁ ସଦାନନ୍ଦ ଦାସ ମହାରାଜ ଓ ସର୍ବଭାରତୀୟ ଯାଦବ ମହାସଭାର ସଭାପତି ଇଂ ପ୍ରଦୀପ କୁମାର ବେହେରା ,ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ବିଶ୍ୱାଳ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି, ଜିଲ୍ଲା ଯୁବ ଯାଦବ ସଭାପତି ଜନାର୍ଦ୍ଦନ ପରିଡା, ମଙ୍ଗୁଳିଚରଣ ପାଣି, ବଳରାମ ବେହେରା, କାର୍ତ୍ତିକ ବେହେରା, ଜାନକୀଲତା ନାଏକ,ପ୍ରଣବାନନ୍ଦ ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ।

- Advertisement -

ନଦୀକୂଳ ଯାଦବ ମହାସଭା ସଭାପତି ସନ୍ତୋଷ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଲଉଡି ମହୋତ୍ସବରେ ଘଣ୍ଟିଖାଲ, ଦ୍ୱାରାବତୀପୁର, ଧୁରୁଷିଆ,କେଉଟପଡା, ବଉଳପଦା, କାଇପୁଡିଆ, କଦମପାଟଣା, କନ୍ଦରପୁର ଆଦି ଗ୍ରାମର ଲଉଡି ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ଲୀଳା ପରିବେଷଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories