www.samajalive.in
Saturday, December 6, 2025
26.1 C
Bhubaneswar

ଜଳପାଇଗୁଡି ଝଡବର୍ଷାରେ ୫ ମୃତ, ଶତାଧିକ ଆହତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଜଳପାଇଗୁଡି ଜିଲ୍ଳାରେ ପ୍ରବଳ ଝଡବର୍ଷା ହୋଇଛି। ଏଥିରେ ୫ଜଣଙ୍କର ପ୍ରାଣହାନୀ ଘଟିଥିବାବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ପ୍ରବଳ ବେଗରେ ପବନ ବହିଥିବାବେଳେ ବଜ୍ରପାତ ସହ ବର୍ଷା ହେବା ଫଳରେ ରାଜରହାଟ, ବାର୍ଣ୍ଣିସ୍ , ବକାଲି , ଜୋରପକଡି, ମାଧବଡାଙ୍ଗା ଓ ସପ୍ତବାଡି ଆଦି ଅଞ୍ଚଳରେ ସର୍ବାଧିକ କ୍ଷତି ଘଟିଛି।  ହଠାତ୍ ଝଡ ତୋଫାନ ହେବାରୁ  ବହୁ ଘରଦ୍ବାର ଭାଙ୍ଗିଯିବା ସହ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡିପଡିଛି। ଉଦ୍ଧାର ଓ ସହାୟତା କାର୍ଯ୍ୟରେ  ରାଜ୍ୟ ବିପର୍ଯ୍ୟୟ  ପରିଚାଳନା ବିଭାଗର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଆଜି ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ସମ୍ପୃକ୍ତ ଅଞ୍ଚଳ  ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଳା ପ୍ରାାସନ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନିଆଯିବା ସହ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories