www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରବଳ ବର୍ଷା ଯୋଗୁଁ ଭୁଶୁଡିଲା ଗୁଆହାଟୀ ବିମାନବନ୍ଦର ଛାତ

ଗୁଆହାଟୀ: ଆସାମ ଗୁଆହାଟୀ ବିମାନବନ୍ଦରରେ ଅଘଟଣ। ଗୁଆହାଟୀର ଲୋକପ୍ରିୟ ଗୋପୀନାଥ ବର୍ଦ୍ଦୋଳୋଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ବାହାରେ ଛାତର ଏକ ଅଂଶ ହଠାତ ବର୍ଷା ଓ ଝଡତୋଫାନ କାରଣରୁ ଭୁଶୁଡି ପଡିଥିଲା। ସ୍ୱାଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ହେଲେ ବିମାନ ବନ୍ଦର କାର୍ଯ୍ୟ କିଛି ସମୟ ବନ୍ଦ ହୋଇଯାଇଛି। ଏହି ବିମାନବନ୍ଦରରୁ ଉଡାଣ ଭରିବାକୁ ଥିବା ୬ଟି ଯାକ ବିମାନ ଗତିପଥ ପରିବର୍ତ୍ତନ କରାଯାଇଥିଲା।
ଘଟଣା ପରେ ବିମାନବନ୍ଦର ମୁଖ୍ୟ ଅଧିକାରୀ ଉତ୍ପଳ ବରୁୱା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବିମାନବନ୍ଦର ଛାତ ବହୁତ ପୁରୁଣା ଥିଲା। ପ୍ରବଳ ବର୍ଷା ଓ ଝଡତୋଫାନ ଯୋଗୁ ଛାତଟି ଭୁଶୁଡି ପଡିଥିଲା। ଏହସହିତ ପ୍ରବଳ ଝଡତୋଫାନ ଯୋଗୁ ବିମାନବନ୍ଦର ପରିସରରେ ଥିବା ଏକ ବିରାଟ ଗଛ ମଧ୍ୟ ଉପୁଡିପଡିଥିବା ସେ କହିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories