www.samajalive.in
Saturday, December 6, 2025
16.1 C
Bhubaneswar

ଆଜି ଉତ୍କଳ ଦିବସ: ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଉତ୍କଳ ଦିବସ । ସାରା ଓଡିଶା ଆଜି ୮୮ତମ ଉତ୍କଳ ଦିବସ ପାଳନ କରୁଛି। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା ଆଜିର ଦିନ ଅର୍ଥାତ୍ ଏପ୍ରିଲ ୧ରେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ହୋଇଥିଲା। ଭାଷା ଭିତ୍ତିରେ ଓଡିଶାକୁ ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ମିଳିଥିଲା। ଏଭଳି ମାନ୍ୟତା ପାଇବାରେ ଓଡିଶା ଭାରତର ପ୍ରଥମ ରାଜ୍ୟ। ଏହାରି ଭିତରେ ୮୮ ବର୍ଷ ପୂରଣ ହୋଇଛି । ଉତ୍କଳ ଦିବସ ପାଇଁ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ବିଧାନସଭା, ଲୋକସେବା ଭବନ, ଖାରବେଳ ଭବନ, ନିର୍ମାଣ ସୌଧ, କମିସନରେଟ୍ ପୁଲିସ ମୁଖ୍ୟାଳୟ ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଛି । ସେହିପରି କୃଷି ଭବନ, ରିଜର୍ଭ ବ୍ୟାଙ୍କ ଓ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ସଜା ଯାଇଛି । ସେପଟେ ଏହି  ଅବସରରେ ବାଲୁକାକଳାରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନୀଳାଦ୍ରି ବିଚ୍ ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି। ଏଥିରେ ଓଡ଼ିଶାର ମାନଚିତ୍ର ସହ ଓଡ଼ିଶାର ପ୍ରସିଦ୍ଧ ମନ୍ଦିର, ଐତିହ୍ୟ ସ୍ଥଳୀକୁ ସ୍ଥାନ ଦେଇଛନ୍ତି । ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ସୁଦର୍ଶନ ଓଡ଼ିଶାବାସୀଙ୍କ ସଫଳତା, ସମୃଦ୍ଧି କାମନା କରିଛନ୍ତି। ଏହି ଆକର୍ଷଣୀୟ ବାଲୁକାକଳାକୁ ଦେଖିବାକୁ ପ୍ରବଳ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories