ଆଜି ସରୁଛି କେଜ୍ରିୱାଲଙ୍କ ରିମାଣ୍ଡ ଅବଧି
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ୪ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀରୁ ରାଉଜ୍ ଏଭେନ୍ୟୁ କୋର୍ଟରେ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର କରିବ ଇଡି। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଦ୍ୱିତୀୟ ଥର ପାଇଁ ୪ଦିନିଆ ରିମାଣ୍ଡରେ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜେରା ବେଳେ କେଜ୍ରିୱାଲଙ୍କ ବୟାନ ରେକର୍ଡ କରାଯାଇଥିବା କହିଥିଲା ଇଡି। ଗତ ୨୧ ତାରିଖରେ ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ। ଏହି ମାମଲାରେ ନିକଟରେ ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହଲଟଙ୍କୁ ମାରାଥନ ଜେରା କରିଥିଲା ଇଡି।
Comments are closed.