ଫୁଲବାଣୀ : କନ୍ଧମାଳ ଜିଲା କଂଗ୍ରେସ ଇଲେକ୍ଟୋରାଲ ବଣ୍ଡ ମାମଲାରେ ବିଜେପି ଓ ବିଜେଡିକୁ ଘେରିଛି। ନିର୍ବାଚନ କମିଶନଙ୍କ ଦ୍ବାରା ପ୍ରକାଶିତ ତଥ୍ୟରୁ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଆଦାୟ ହୋଇଥିବା ଅର୍ଥ ଦୃଷ୍ଟିରୁ ବିଜେଡି ଦେଶର ପଞ୍ଚମ ସ୍ଥାନରେ ରହିଛି। ଗୋଟିଏ ଆଞ୍ଚଳିକ ଦଳ ଏତେ ଟଙ୍କା ଚାନ୍ଦା ପାଇବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଵୋଲି ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡ଼ା।
କେନ୍ଦ୍ରର ବିଜେପି ସରକାର ଇଡି, ସିବିଆଇ ଓ ଆଇଟିକୁ ଲଗାଇ ଚାନ୍ଦା ଅସୁଲି କରୁଥିବା ବେଳେ ଅନ୍ୟାୟୋଚିତ ଭାବେ କଂଗ୍ରେସର ଆକାଉଣ୍ଟ ବନ୍ଦ କରିଛି। ଏହା ଦେଶର ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ ବୋଲି କହିଛନ୍ତି ଶ୍ରୀ ପରିଡା। ସେହିଭଳି ବିଜେଡି ମଧ୍ୟ ବିଭିନ୍ନ କମ୍ପାନୀଙ୍କୁ ବେଆଇନ ଫାଇଦା ଯୋଗାଇ ଚାନ୍ଦା ସଂଗ୍ରହ କରିଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ବିଭିନ୍ନ ସଂସ୍ଥାରଙ ଦଳକୁ ମିଳିଥିବା ଚାନ୍ଦାର ଏକ ଲମ୍ବା ତାଲିକା ପ୍ରଦାନ କରିଛି କଂଗ୍ରେସ ଦଳ। ଏପରିକି ପଡୋଶୀ ରାଜ୍ୟର କିଛି ମଦ ବ୍ୟବସାୟ ମାନଙ୍କ ଠାରୁ ମଧ୍ୟ ଚାନ୍ଦା ନିଆ ଯାଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା।
ଏହିସବୁ ଚାନ୍ଦା ପ୍ରଦାନକାରୀ ସଂସ୍ଥା ମାନଙ୍କୁ ସରକାର କଣ ଫାଇଦା ପହଞ୍ଚାଇଛନ୍ତି ତାହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବୀ କରିଛି କଂଗ୍ରେସ। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ଜିଲା ଉପସଭାପତି ହେମନ୍ତ କର, ବ୍ଲକ ସଭାପତି ପ୍ରତିଭା କହଁର, ଆଇଏନଟିୟୁସି ଜିଲା ସଭାପତି ଘନକୁମାର ଶବର, ମିଡିଆ ସେଲ ଅଧ୍ୟକ୍ଷ ବସନ୍ତ କୁମାର ପାଢ଼ୀ, ସାଧାରଣ ସମ୍ପାଦକ ନନ୍ଦ କିଶୋର ଦାଶ, ସୋସିଆଲ ମିଡିଆ ଅଧ୍ୟକ୍ଷ ବଳଦେବ ବେହେରା, ଆବାହକ ଗୌର ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.