ଆଇସକ୍ରିମ୍ ଟ୍ୟୁଲିପ୍
ନୂଆଦିଲ୍ଲୀ: ପ୍ରାୟ ୭୫ ପ୍ରକାର ପ୍ରଜାତିର ଟ୍ୟୁଲିପ୍ ସମଗ୍ର ବିଶ୍ବରେ ଦେଖାଯାଉଛି। ତନ୍ମଧ୍ୟରୁ ଗୋଟିଏ ପ୍ରକାର ହେଉଛି ‘ଆଇସକ୍ରିମ୍ ଟ୍ୟୁଲିପ୍’। କେନ୍ଦ୍ର ଏସିଆ, ନେଦରଲ୍ୟାଣ୍ଡରେ ସବୁଠୁ ଉତ୍କୃଷ୍ଟମାନର ଟ୍ୟୁଲିପ୍ ପ୍ରସ୍ଫୁଟିତ ହେଉଥିବା ବିଶେଷଜ୍ଞ ଦଳଙ୍କ ଅନୁମାନ। ନେଦରଲ୍ୟାଣ୍ଡ ଜଳବାୟୁ, ମୃତ୍ତିକାରେ ଏହି ବିଶେଷ ଧରଣର ଆଇସକ୍ରିମ୍ ଟ୍ୟୁଲିପ୍ ଭଲଭାବେ ବଢ଼େ। ହଠାତ୍ କେହି ଏଭଳି ଟ୍ୟୁଲିପ୍ ଫୁଲକୁ ଦେଖିଲେ, ଏହା ଏକ ଆଇସକ୍ରିମ୍ ବୋଲି ଭ୍ରମ ଧାରଣା ଦେଇଥାଏ। ଫୁଲ ପାଖୁଡ଼ାଗୁଡ଼ିକ ଆଇସକ୍ରିମ୍ କୋନ୍ ପରି ଦେଖାଯାଉଥିବାବେଳେ ଈଷତ୍ ଗୋଲାପୀ ରଙ୍ଗ ଫୁଲ କ୍ରିମ୍ ପରି ମନେହେବ। ୟୁରୋପ, ଆମେରିକାର ଧନିକ ଗୋଷ୍ଠୀ ଆଇସକ୍ରିମ୍ ଟ୍ୟୁଲିପ୍କୁ ଘର ସାଜସଜ୍ଜା ପାଇଁ ବ୍ୟବହାର କରନ୍ତି। ବିଶେଷ ଭାବେ ପିଲାଙ୍କ ଜନ୍ମଦିନରେ ଏହି ପ୍ରଜାତି ଟ୍ୟୁଲିପ୍ ଖୋଜାପଡ଼େ। ୨୫ ସେଣ୍ଟିମିଟର ଆଇସକ୍ରିମ୍ ଟ୍ୟୁଲିିପ୍ର ହାରାହାରି ଲମ୍ବ। ଏପ୍ରିଲ୍ ଶେଷ ଭାଗରୁ ମେ ମଧ୍ୟ ଭାଗ ପର୍ଯ୍ୟନ୍ତ ଏହି ଟ୍ୟୁଲିପ୍ ପ୍ରସ୍ଫୁଟିତ ହୋଇ ଚତୁର୍ଦିଗର ଶୋଭାବର୍ଦ୍ଧନ କରନ୍ତି।
Comments are closed.