ପାଟଣା: କେନ୍ଦୁଝର ଜିMk ପାଟଣା ଥାନା ଅନ୍ତର୍ଗତ ଡାଳପକା ଗ୍ରାମ ନିକଟ ବୈତରଣୀ ନଦୀ ଘାଟରୁ ଆଜି ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଡାଳପକା ଗ୍ରାମର ପଗରାମ ମୁଣ୍ଡାଙ୍କ ପୁଅ ଦୋଳ ଗୋବିନ୍ଦ ମୁଣ୍ଡା (୨୯) ବୋଲି ଜଣାପଡିଛି। ସେ ବୁଧବାର ବୈତରଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ।
ଆଜି ତାଙ୍କ ମୃତଦେହ ଡାଳପକା ନିକଟ ବୈତରଣୀ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାର ସହ ପାଟଣା ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପାଟଣା ଥାନା ଏସଆଇ ମନୋରମା ସ୍ବାଇଁ ପହଞ୍ଚି ପାଟଣା ଅଗ୍ନିଶମବାହିନୀ ସହାୟତାରେ ନଦୀ ଭିତରୁ ମୃତଦେହ ଉଦ୍ଧାର କରିଛନ୍ତି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ୍ ମୃତକର ଶବକୁ ପାଟଣାରେ ବ୍ୟବଛେଦ କରାଇବା ସହ ମର ଶରୀର ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।
Comments are closed.