www.samajalive.in
Monday, December 15, 2025
16.1 C
Bhubaneswar

ଫିଲାଣ୍ଡରଙ୍କୁ ୬ ୱିକେଟ; ଦ.ଆଫ୍ରିକା ୩-୧ରେ ସିରିଜ୍‌ ଜିତିଲା

ଜୋହାନସବର୍ଗ- ଆଶା ଅନୁସାରେ ଘରୋଇ ଦକ୍ଷିଣ ଆଫ୍ରିକା ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରେ ବିପୁଳ ବିଜୟ ହାସଲ କରିଛି। ଭର୍ନନ ଫିଲାଣ୍ଡର ୬ଟି ୱିକେଟ ଦଖଲ କରିବା ଯୋଗୁଁ ଅଷ୍ଟ୍ରେଲିଆ ୫ମ ତଥା ଅନ୍ତିମ ଦିନରେ ୨ୟ ଇନିଂସରେ ମାତ୍ର ୧୧୯ ରନ୍‌କରି ଅଲ୍‌ଆଉଟ ହୋଇଯାଇଛି। ଫଳରେ ଦକ୍ଷିଣ ଆଫ୍ରିକା ଏହି ଟେଷ୍ଟମ୍ୟାଚ୍‌କୁ ୪୯୨ ରନ୍‌ର ବିପୁଳ ବ୍ୟବଧାନରେ ଜିତିପାରିଛି। ୧୯୩୪ ପରଠାରୁ ଟେଷ୍ଟମ୍ୟାଚ୍‌ରେ ଏହା ସର୍ବବୃହତ୍‌ ରନ୍‌ ବ୍ୟବଧାନରେ ବିଜୟ। ପୁଣି ଟେଷ୍ଟ କ୍ରିକେଟ ଇତିହାସରେ ଏହା ୪ର୍ଥ ସର୍ବାଧିକ ରନ୍‌ ବ୍ୟବଧାନରେ ବିଜୟ। ଏହି ବିଜୟ ସହ ୪ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌କୁ ଦକ୍ଷିଣ ଆଫ୍ରିକା ୩-୧ରେ ଜିତିନେଇଛି। ପ୍ରଥମ ଟେଷ୍ଟ ହାରିବା ପରେ ଦକ୍ଷିଣ ଆଫ୍ରିକା କ୍ରମାଗତ ୩ଟି ମ୍ୟାଚ୍‌ ଜିତିଛି। ୧୯୭୦ ପରେ ଅଷ୍ଟ୍ରେଲିଆ ବିରୋଧରେ ଏହା ଦକ୍ଷିଣ ଆଫ୍ରିକାର ପ୍ରଥମ ଘରୋଇ ସିରିଜ୍‌ ବିଜୟ।
୨ୟ ଇନିଂସରେ ବିଶ୍ୱରେକର୍ଡ ୬୧୨ ରନ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ ୪ର୍ଥ ଦିନ ଶେଷରେ ୩ ୱିକେଟ ହରାଇ ୮୮ ରନ୍‌ କରିଥିଲା। ଶେଷଦିନରେ ବିନା ଲଢ଼େଇରେ ଅଷ୍ଟ୍ରେଲିଆ ଆତ୍ମ ସମର୍ପଣ କରିଥିଲା। ଆଉ ମାତ୍ର ୩୧ ରନ୍‌ ଯୋଗକରି ଅଷ୍ଟ୍ରେଲିଆ ବାକି ୭ଟି ୱିକେଟ ହରାଇଥିଲା। ଜୋ ବର୍ନସ ୪୨ ରନ୍‌ କରିଥିବା ବେଳେ ପିଟର ହ୍ୟାଣ୍ଡ୍‌ସକମ୍ବ୍‌ ୨୪ ରନ୍‌ କରିଥିଲେ। ଆଉ କେହି ଦୁଇଅଙ୍କ ବିଶିଷ୍ଟ ସ୍କୋର୍‌ କରି ପାରିନଥିଲେ। ଫିଲାଣ୍ଡର ମାତ୍ର ୨୧ ରନ୍‌ ଦେଇ ୬ଟି ୱିକେଟ ପାଇଥିବା ବେଳେ ମର୍ନେ ମର୍କେଲ ୨ଟି ଓ କେଶବ ମହରାଜ ଗୋଟିଏ ୱିକେଟ ପାଇଥିଲେ। ଏହି ମ୍ୟାଚ୍‌ ଖେଳି କ୍ରିକେଟ୍‌ରୁ ଅବସର ନେଇଥିବା ଫାଷ୍ଟବୋଲର ମର୍ନେ ମର୍କେଲଙ୍କୁ ସାଥୀ ଖେଳାଳିମାନେ ସିରିଜ୍‌ ବିଜୟ ଉତ୍ସର୍ଗ କରିଛନ୍ତି। ଫିଲାଣ୍ଡର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଏବଂ କାଗିସୋ ରାବାଡ଼ା ପ୍ଲେୟର ଅଫ୍‌ ଦି ସିରିଜ୍‌ ହୋଇଥିଲେ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories