www.samajalive.in
Sunday, December 14, 2025
19.1 C
Bhubaneswar

ବାଇକ ଧକ୍କାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଆଶ୍ରମପଡା ନିକଟରେ ଶନିବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କୁ ଏକ ବାଇକ ଧକ୍କା ଦେବା ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତେଦହ ରଖି ରାସ୍ତାରୋକ କରିଥିଲେ । ଲୋକଙ୍କ ରାସ୍ତାରୋକ ଯୋଗୁଁ ଲାଞ୍ଜିଗଡ-ବିଶ୍ୱନାଥପୁର ରାସ୍ତାରେ ଯାତାୟତ ଠପ ହୋଇଥିଲା । ଲାଞ୍ଜିଗଡ଼ ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କ ନେତୃତ୍ୱରେ ପୁଲିସବାହିନୀ ଲୋକଙ୍କୁ ବୁଝାସୁଝା କରିଥିଲେ ।

ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଏକ ବାଇକ ଲାଞ୍ଜିଗଡ଼ ଆଶ୍ରମ ପଡାର ସନ୍ତୋଷ ମୁଣ୍ଡାଙ୍କୁ ପଛପଟୁ ଧକ୍କା ଦେଇ ପୋଖରୀ ନିକଟସ୍ଥ ଏକ ଗଛରେ ପିଟି ହୋଇଯାଇଥିଲା। ଏଥିରେ ସନ୍ତୋଷ ଗୁରୁତର ହୋଇଥିବାବେଳେ ବାଇକ ଚାଳକ ଲାଞ୍ଜିଗଡ଼ର ରିଙ୍କୁ ମହାନ୍ତି ମଧ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ସେମାନଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବୃଦ୍ଧ ସନ୍ତୋଷଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ସେଠାରୁ ମୃତଦେହ ଅଣାଯିବା ପରେ ପରିବାର ଲୋକେ କ୍ଷତିପୂରଣ ଦାବିରେ ଆଶ୍ରମପଡା ନିକଟରେ ରାସ୍ତାରୋକ କରିଥିଲେ।

- Advertisement -

ଦୀର୍ଘ ତିନିଘଣ୍ଟା ପରେ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ଏକ ଲକ୍ଷ ଟଙ୍କା, ରେଡକ୍ରସରୁ ୧୦ ହଜାର, ଲାଞ୍ଜିଗଡ଼ ବିଧାୟକଙ୍କ ତରଫରୁ ୧୦ ହଜାର, ଲାଞ୍ଜିଗଡ଼ ଥାନାଧିକାରୀଙ୍କ ତରଫରୁ ୧୦ ହଜାର, ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କାର ସହାୟତା ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ଲୋକେ ମୃତଦେହ ଉଠାଇବା ସହିତ ରାସ୍ତାରୋକ ହଟାଇଥିଲେ । ଏନେଇ ଲାଞ୍ଜିଗଡ଼ ଥାନାରେ କେସ ନଂ ୩୬/୨୪   ଦଫା ୨୭୯/୩୦୪(ଏ ) ଆଇପିସିରେ ଏକ ମାମଲା ରୁଜୁ କରାଯାଇଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ରିଙ୍କୁଙ୍କୁ ମଧ୍ୟ ଗୁରୁତର ଭାବେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

 

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories