www.samajalive.in
Saturday, December 6, 2025
19.1 C
Bhubaneswar

ଆଠଗଡରେ ପୁଲିସର ଫ୍ଲାଗମାର୍ଚ୍ଚ

ଆଠଗଡ: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଠଗଡ ସହର ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ୍ କରାଯାଉଛି । ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀ ରବିନ୍ଦ୍ର କୁମାର ମଲ୍ଲିକ ଓ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ବରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସଏଫ)ର ଗୋଟିଏ କମ୍ପାନୀ ଅର୍ଥାତ ପ୍ରାୟ ଶହେ ଜଣ ଜବାନ ଏହି ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଥିଲେ ।

କିଛିଦିନ ପୂର୍ବରୁ ଆଠଗଡ ସହରରେ ସନ୍ଧ୍ୟା ସମୟରେ ଫ୍ଲାଗମାର୍ଚ୍ଚ କରାଯାଇଥିବାବେଳେ ଶନିବାର ସନ୍ଧ୍ୟାରେ ସହର ନିକଟବର୍ତ୍ତୀ ଧାଇପୁର ପଞ୍ଚାୟତର ଧାଇପୁର ଓ ସୋମନାଥପୁର ଗ୍ରାମରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଆଗାମୀ ମେ ମାସ ୨୫ ତାରିଖରେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟଗ୍ରହଣ ହେବ । ନିର୍ବାଚନ ସମୟରେ ଓ ପୂର୍ବରୁ ଆଦର୍ଶ ନିର୍ବାଚନ ଆଚରଣବିଧି ପାଳନ ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ଓ ଲୋକଙ୍କ ମନରୁ ଭୟ ଦୂର କରି ପୁଲିସ ଉପରେ ଆସ୍ଥା ପ୍ରତିଷ୍ଠା ଉଦେଶ୍ୟରେ ଏହି ଫ୍ଲାଗମାର୍ଚ୍ଚ କରାଯାଉଛି ବୋଲି ଆଇଆଇସି ପ୍ରକାଶ କରିଛନ୍ତି । ଆଠଗଡ ନିର୍ବାଚନ ମଣ୍ଡଳୀର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ଏହି ଫ୍ଲାଗମାର୍ଚ୍ଚ ଜାରି ରହିବ ବୋଲି ଏସଡିପିଓ ମଲ୍ଲିକ କହିଛନ୍ତି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories