www.samajalive.in
Saturday, December 6, 2025
15.1 C
Bhubaneswar

ମଇଁଷି ବୋଝେଇ ପିକଅପ ଭ୍ୟାନ ଜବତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଏକ ମଇଁଷି ବୋଝେଇ ପିକଅପ୍ ଭ୍ୟାନକୁ ଆଜି ପୁଲିସ ଜବତ କରିଥିବା ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଏକ ପିକଅପ୍ ଭ୍ୟାନ ନମ୍ବର ଏପି ୩୫ଏକ୍ସ ୯୩୩୧ ରେ  ୪ଟି ମଇଁଷି ନେଇ  ରାୟଗଡା ପିତମହଲ ଯାଉଥିବା ବେଳେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଏସଆଇ ଶିବ ପ୍ରସାଦ ସାହୁ ଓ ଏସ ଆଇ ସଞ୍ଜୟ କୁମାର ମୁର୍ମୁ ପହଞ୍ଚି ବଡଦ୍ୱାର ସାହି  ନିକଟରେ ଗାଡିକୁ ଅଟକ ରଖିଥିଲେ ।  ଉକ୍ତ ଗାଡିକୁ ଥାନାକୁ ଆଣି ପଚରା ଉଚରା କରିବା ପରେ ୩୯ କେସ ନମ୍ବରରେ ମାମଲା ରୁଜୁ କରି ଗାଡି ଚାଳକକୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି ।ଏହାକୁ ନେଇ ପଶୁ ଚିକିତ୍ସକ ବିଚିତ୍ରା ନନ୍ଦ ସାହୁ ଆସି ମଇଁଷିର ସ୍ୱାସ୍ଥ୍ୟ ପରୀକ୍ଷା କରି ଗୋଶାଳାରେ ନେଇ ଛାଡିଥିବା ଥାନା ଅଧିକାରୀ ନୀଳକଣ୍ଠ ବେହେରା ସୂଚନା ଦେଇଛନ୍ତି ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories