www.samajalive.in
Sunday, December 14, 2025
19.1 C
Bhubaneswar

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ଆଜି ଆପ୍’ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଗିରଫ ହେବା ପରେ ଭବିଷ୍ୟତ ରଣନୀତି ସ୍ଥିର କରିବା ପାଇଁ ଆମ୍ ଆଦମୀ ପାର୍ଟି ଆଜି ଏହାର ନେତା, ବିଧାୟକ ଓ କାଉନସିଲରଙ୍କୁ ନେଇ ଏକ ବୈଠକ କରିବ। ରାଜ୍ୟସଭା ସାଂସଦ ସନ୍ଦୀପ ପାଠକ ଏହି ବୈଠକରେ ଅଧ୍ୟକ୍ଷତା କରିବାର ସମ୍ଭାବନା ରହିଛି। ଦଳର ସୁପ୍ରିମୋ ଗିରଫ ହେବା ପରେ ଏହା ହେଉଛି ପ୍ରଥମ ବଡ଼ ବୈଠକ ଏବଂ ଏଥିରେ ଦଳର ଭବିଷ୍ୟତ ରଣନୀତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଶ୍ରୀ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ତାଙ୍କ ସରକାରୀ ବାସଭବନରୁ ଗିରଫ କରିଛି। ଶୁକ୍ରବାର ଦିନ ଏକ ଅଦାଲତ ଆପ୍ ରାଷ୍ଟ୍ରୀୟ ସଂଯୋଜକଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ କେନ୍ଦ୍ରୀୟ ଏଜେନ୍ସିର ହେପାଜତକୁ ପଠାଇ ଦେଇଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories