www.samajalive.in
Sunday, December 14, 2025
19.1 C
Bhubaneswar

ବସିଥିବେ ; ହଠାତ୍‌‌ ସାମ୍ନାକୁ ସିଂହୀ ଆସିଲେ କ’ଣ କରିବେ, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଜଙ୍ଗଲ ସଫାରୀ ସମୟରେ ପର୍ଯ୍ୟଟକ ମାନେ ଜୀବଜନ୍ତୁଙ୍କୁ ଦେଖିବା ସହ ସେମାନେ ଲଢେଇ କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ। ଅନେକ ସମୟରେ ଏଭଳି ଭୟାନକ ଦୃଶ୍ୟ ସାମ୍ନାକୁ ଆସିଥାଏ। ଯାହାକୁ ଦେଖି ପର୍ଯ୍ୟଟକ ମାନେ ଜଙ୍ଗଲ ସଫାରୀରେ ଯିବାକୁ ମଧ୍ୟ ଭୟ କରିଥାଆନ୍ତି। ଏଭଳି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେଉଛି। ସେହି ଭିଡିଓକୁ ଦେଖି କେହି ମଧ୍ୟ କିଛି ସମୟ ପାଇଁ ସ୍ତବ୍ଧ ହୋଇ ଯିବ। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି, ଜଣେ ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଜୀବଜନ୍ତୁଙ୍କ ଫଟୋ ଉଠାଇବା ପାଇଁ ଜଙ୍ଗଲ ଯାଇଥିଲେ।


ହଠାତ୍‌‌ ତାଙ୍କ ସମ୍ମୁଖକୁ ଏକ ସିଂହୀ ପଳାଇ ଆସୁଛି। ଏହାପରେ ସିଂହୀ କିଛି ସମୟ ତାଙ୍କୁ ଦେଖିବା ପରେ ସେଠାରୁ ପଳାଉଛି। ମାତ୍ର ଆକ୍ରମଣ କରୁ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ବ୍ୟକ୍ତି ଜଣକ କୌଣସି ଯାନ ଭିତରେ ନୁହେଁ ବରଂ ବାହାରେ ଗାଡି ଉପରେ ବସିଥିଲେ। ଏଭଳି ଘଟଣା ଯାହା ସହ ମଧ୍ୟ ଘଟିବ କିଛି ସମୟ ପାଇଁ ତା’ ମୁଣ୍ଡ କାମ କରିବ ନାହିଁ। ଯାହା ଭିଡିଓକୁ ଦେଖିବା ପରେ ଲୋକେ ମତ ଦେଉଛନ୍ତି। ଜଙ୍ଗଲ ସଫାରୀ ସମୟରେ ଫଟୋଗ୍ରାଫରଙ୍କ ହୋସ୍‌‌ ସେତେବେଳେ ଉଡିଯାଇଥିଲା, ଯେତେବେଳେ ହଠାତ୍‌‌ ତାଙ୍କ ସମ୍ମୁଖକୁ ଏକ ସିଂହୀ ଆସିଥିଲା। ଏହାପରେ ସିଂହୀ କିଛି ସମୟ ଫଟୋଗ୍ରାଫରଙ୍କୁ ଦେଖିଥିଲା। ଅତି ନିକଟକୁ ମଧ୍ୟ ଆସି ଯାଇଥିଲା। ଭିଡିଓକୁ ଦେଖି ଆପଣଙ୍କ ନିଶ୍ୱାସ ମଧ୍ୟ କିଛି ସମୟ ପାଇଁ ଅଟକି ଯିବ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories