www.samajalive.in
Sunday, December 14, 2025
26.1 C
Bhubaneswar

ମଣିଷ ଶରୀରରେ ଲାଗିଲା ଘୁଷୁରି କିଡ୍‌ନୀ

ବେଙ୍ଗାଲୁରୁ : କିଡ୍‌ନୀ ରୋଗୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ଜଣେ ଆମେରିକୀୟ ଡାକ୍ତର ତାସୋ କାୱାଇ। ମାସାଚୁସେଟ୍ସ ଜେନେରାଲ ହସ୍ପିଟାଲରେ ସେ ଜଣେ ୬୨ ବର୍ଷୀୟ କିଡ୍‌ନୀ ରୋଗୀ ରିଚାର୍ଡ ସ୍ଲେମ୍ୟାନ୍‌ଙ୍କଠାରେ ଗତ ୧୬ତାରିଖରେ ସଫଳତାର ସହ ଘୁଷୁରିର କିଡ୍‌ନୀ ପ୍ରତିରୋପଣ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଉଛି, ଏହି ଘୁଷୁରି ଜିନ୍‌ ପରିବର୍ତ୍ତନ ଦ୍ବାରା ସୃଷ୍ଟି। ପୂର୍ବରୁ କୌଣସି ଅଙ୍ଗଦାତା କିମ୍ବା ମସ୍ତିଷ୍କ ମୃତ ବ୍ୟକ୍ତିଙ୍କ ଶରୀରରୁ କିଡ୍‌ନୀ ଆଣି ପ୍ରତିରୋପଣ କରାଯାଉଥିବାବେଳେ ଘୁଷୁରୀ କିଡ୍‌ନୀ ମଣିଷଙ୍କଠାରେ ପ୍ରତିରୋପଣ ହେବା ପ୍ରଥମ ଘଟଣା। ଦ୍ବିତୀୟତଃ ପଶୁଙ୍କ ଅଙ୍ଗ ମଣିଷଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ ହେବା ମଧ୍ୟ ଏକ ଚମତ୍କାରିତା; କାରଣ ମଣିଷ ଶରୀରକୁ ଲକ୍ଷ୍ୟରଖି ସମ୍ପୃକ୍ତ ଘୁଷୁରିର ଜିନ୍‌ ପରିବର୍ତ୍ତନ କରାଯାଇଥିଲା। ସମ୍ପ୍ରତି ରୋଗୀ ଜଣକ ସୁସ୍ଥ ଥିବା ଡାକ୍ତର ତାସୋ କାୱାଇଙ୍କ ସୂତ୍ରରୁ ପ୍ରକାଶ। ଏହି ସଫଳତା ପରେ ବହୁ କିଡ୍‌ନୀ ତଥା ଅନ୍ୟ ରୋଗୀଙ୍କ ଶରୀରରେ ପଶୂୁଙ୍କ ଅଙ୍ଗ ପ୍ରତି​‌େ​‌ରାପଣର ରାସ୍ତା ସଫା ହେବା ସହ ନୂଆ ଆଶା ସଞ୍ଚାର ହୋଇଛି।

ସୂଚନାନୁଯାୟୀ, ରିଚାର୍ଡ ଗତ ୭ ବର୍ଷ ହେଲା ଡାଏଲିସିସ୍‌ ଦ୍ବାରା ବଞ୍ଚିଥିଲେ। ୨୦୧୮ରେ ମଧ୍ୟ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା; କିନ୍ତୁ ବିଶେଷ ସଫଳତା ମିଳିନଥିଲା। ଅପରପକ୍ଷରେ କିଡ୍‌ନୀ ଅଣାଯାଇଥିବା ଘୁଷୁରୀର ୧୦ଟି ବିଭିନ୍ନ ଜିନ୍‌ ପରିବର୍ତ୍ତନ କରାଯାଇଥିଲା; ଯାଦ୍ବାରା ଏହା ମଣିଷ ଶରୀରକୁ ଖାପ୍‌ ଖୁଆଇପାରିବ। ଉଲ୍ଲେଖଯୋଗ୍ୟ ଯେ ୨୦୨୨ରେ ମ୍ୟାରୀଲ୍ୟାଣ୍ଡର ଜଣେ ଡାକ୍ତର ଏକ ଘୁଷୁରିର ହୃଦ୍‌ଯନ୍ତ୍ରକୁ ଜଣେ ମଣିଷଠାରେ ସଫଳତାର ସହ ପ୍ରତିରୋପଣ କରିଥିଲେ; କିନ୍ତୁ ଏହା ସଫଳ ହୋଇନଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories