www.samajalive.in
Monday, December 15, 2025
17.1 C
Bhubaneswar

ଟ୍ରେନରେ ଦୁର୍ଘଟଣା ଘଟି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଫୁଲବାଣୀ :  ଆନ୍ଧ୍ରପ୍ରଦେଶ ବିଜୟନଗରମଠାରେ ଟ୍ରେନରେ ଦୁର୍ଘଟଣା ଘଟି ଫୁଲବାଣୀ ନଦିଖଣ୍ଡି ସାହିର ଜଣେ ଯୁବକ ମୋହନ ସାହୁଙ୍କ ମୃତ୍ୟୁ ଘଟିଛି। ସୁଚନା ଅନୁସାରେ ମୋହନ ତାଙ୍କ ପିତା ଓ ପରିବାର ସହ ତିରୁପତି ବୁଲିବା ପାଇଁ ଯାଇଥିଲେ। ଗତ ରବିବାର ଦିନ ବୁଲାବୁଲି ସାରି ଟ୍ରେନ୍ ଯୋଗେ ଫେରୁଥିବାବେଳେ ସୋମବାର ମଧ୍ୟରାତ୍ରରେ ସମସ୍ତେ ଶୋଇଥିବା ବେଳେ ମୋହନ ପରିସ୍ରା କରିବା ପାଇଁ ଉଠି ଟ୍ରେନର ଶୌଚାଳୟକୁ ଯାଇଥିଲେ। ଶୌଚାଳୟରୁ ବାହାରି ନିଜ ବର୍ଥକୁ ଫେରିବା ବାଟରେ ଗେଟ ପାଖରେ ପଡିଥିବା ପାଣିରେ ତାଙ୍କର ଗୋଡ ଖସିଯିବାରୁ ସେ ଟ୍ରେନ୍ ବାହାରକୁ ଖସି ପଡିଥିଲେ। ଫଳରେ ଟ୍ରେନର ଟ୍ରାକ୍ ଭିତରେ ପଡି ଯାଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହା ତାଙ୍କ ପରିବାର ଲୋକେ ଜାଣିବାବେଳକୁ ଟ୍ରେନଟି ପ୍ରାୟ ୭୦ କିମି ଦୂରକୁ ଚାଲିଯାଇଥିଲା । ପରିବାର ଲୋକେ ଟ୍ରେନକୁ ଅଟକାଇ ଖୋଜାଖୋଜି କରିବା ବେଳକୁ ମୋହନ ବିଜୟନଗରମ ନିକଟରେ ପଡିରହିଥିବା ସୁଚନା ପାଇଲେ। ଆଜି ରେଳବାଇ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ମୋହନଙ୍କ ସ୍ତ୍ରୀ ଏବଂ ଦୁଇଟି ପୁଅ ସମେତ ମାତା ପିତା ଭାଇମାନେ ଫୁଲବାଣୀରେ ଅଛନ୍ତି। ମୋହନଙ୍କ ଏହି ଆକସ୍ମିକ ମୃତ୍ୟୁରେ ତାଙ୍କ ପରିବାର ସମେତ ସମଗ୍ର ଫୁଲବାଣୀ ଏବଂ ନଦିଖଣ୍ଡି ସାହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories