www.samajalive.in
Sunday, December 14, 2025
26.1 C
Bhubaneswar

ଭାରତକୁ ଅଦୃଶ୍ୟ ୧୦୦ ବର୍ଷ ପରେ, ଏହି ରାଶିଙ୍କ ପାଇଁ ଶୁଭ- ଦୋଳ ପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,

ଭୁବନେଶ୍ୱର- ୧୦୦ ବର୍ଷ ପରେ ପୁଣି ଏମିତି ଯୋଗ । ଦୋଳପୂର୍ଣ୍ଣିମାରେ ପଡୁଥିବା ଚନ୍ଦ୍ରଗ୍ରହଣରେ ଅନେକ ରାଶିଙ୍କ ପାଇଁ ଶୁଭଯୋଗ ସୃଷ୍ଟି ହୋଇଛି । ଧାର୍ମିକ ଦୃଷ୍ଟି କୋଣରୁ ଚନ୍ଦ୍ରଗ୍ରହଣକୁ ଅଶୁଭ କୁହାଯାଇଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ରାହୁ କେତୁଙ୍କ ଗ୍ରାସ ଯୋଗୁଁ ଏହା ହୋଇଥାଏ । ଏମାନେ ଛାୟା ଗ୍ରହ । ସାପ ଆକୃତିର । ଏହି ଗ୍ରହଙ୍କ ଦଶଂନ ଯୋଗୁଁ ଏପରି ହୋଇଥାଏ ବୋଲି ମାନ୍ୟତା ରହିଛି । ଚୀନ୍‌ ଏବଂ ଜାପାନରେ ଡ୍ରାଗନ ପ୍ରଭାବରେ ଏହା ହୋଇଥାଏ ବୋଲି ବିଶ୍ୱାସ କରାଯାଇଥାଏ । ମାତ୍ର ବିଜ୍ଞାନ ଅନୁସାରେ ଏହା ଛାଇ ଆଲୁଅର ଖେଳ ।

ଏହା ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ସୋମବାରରେ ପଡୁଥିବା ଏହି ଚନ୍ଦ୍ରଗ୍ରହଣ ଯୋଗୁଁ ଅନେକ ରାଶିଙ୍କ ଉପରେ ଶୁଭ ପ୍ରଭାବ ପଡିବ । ମାତ୍ର ଏହି ଚନ୍ଦ୍ରଗ୍ରହଣ ଭାରତକୁ ଦୃଶ୍ୟମାନ ହେବ ନାହିଁ । ଭାରତୀୟ ସମୟ ଅନୁଯାୟୀ ଦିନ ୧୦ଟା ୨୩ରୁ ଏହା ଆରମ୍ଭ ହୋଇ ଦିନ ୩ଟାରେ ଏହା ସମାପ୍ତ ହେବ । ମାତ୍ର ଅନେକ ରାଶିଙ୍କ ପାଇଁ ଏହା ଶୁଭ ଯୋଗ ସୃଷ୍ଟି କରୁଥିବା ଜ୍ୟୋତିଷମାନେ କହିଛନ୍ତି ।

- Advertisement -

ମେଷରାଶି – ମେଷ ରାଶିଙ୍କୁ ଏହି ଚନ୍ଦ୍ରଗ୍ରହଣରୁ ଶୁଭ ଫଳ ମିଳିବ । ଅନେକ କ୍ଷେତ୍ରରେ ସେମାନେ ସଫଳତା ଲାଭ କରିବେ । ଆର୍ଥିକ କ୍ଷେତ୍ରରେ ପ୍ରଗତି ମିଳିବ ।

ବୃଷରାଶି- ବୃଷରାଶି ଧାରୀଙ୍କ ପାଇଁ ଏହା ଶୁଭଫଳ ପ୍ରଦାନ କରିବ । ଅନେକ କାମରେ ଭ୍ୟାଗ ଭଲ ରହିବ । ବ୍ୟବସାୟୀମାନଙ୍କର ଲାଭ ହେବ । ଚାକିରି କ୍ଷେତ୍ରରେ ଶୁଭ ଖବର ମିଳବ ।

କନ୍ୟାରାଶି – କନ୍ୟାରାଶିଧାରୀଙ୍କ ପାଇଁ ଏହା ବେଶ୍‌ ଶୁଭ । କର୍ମକ୍ଷେତ୍ରରେ ପ୍ରଗତି କରିବେ । ପରିଶ୍ରମର ଫଳ ମିଳବ । ପରିବାର ସହ ଭଲ ସମୟ ବିତାଇବେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories